ଛତିଶଗଡ଼ ଦାନ୍ତେଓ୍ଵାଡାରେ ବଡ଼ ଧରଣର ମାଓ ଅପରେସନ: ୨ ମହିଳା କ୍ୟାଡର ମୃତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି(କେନ୍ଯୁଜ୍): ଛତିଶଗଡ଼ ଦାନ୍ତେଓ୍ଵାଡାରେ ବଡ଼ ଧରଣର ମାଓ ଅପରେସନ । ଏଥିରେ ୨ ମହିଳା କ୍ୟାଡରଙ୍କ ମୃତ୍ୟୁ ହୋଇଛି । ଆଜି ସକାଳ ୫ଟା ୩୦ ମିନିଟରେ ଦାନ୍ତେଓ୍ଵାଡାରେ DRG ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ସର୍ଚ୍ଚ ଅପରେସନ ବେଳେ ଦୁଇ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

୨ ମହିଳା ମାଓବାଦୀଙ୍କ ମଧ୍ୟରେ ଜଣେ ହେଲେ ହିଡମେ କୋହରାମେ । ତାଙ୍କ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଅନ୍ୟଜଣେ ହେଲେ ପାର୍ଟି ମେମ୍ବର ପୂଜେ । ତାଙ୍କ ଉପରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି । ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.