ଗାଧୋଇବା ହେଲା କାଳ : ପୋଖରୀରେ ବୁଡି ଦୁଇ ଭଉଣୀ ମୃତ

pondଢେଙ୍କାନାଳ : ପୋଖରୀରେ ଗାଧୋଇବା ହେଲା କାଳ। ବୁଡିଗଲେ ଦୁଇ ଭଉଣୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତୁମୁସଂଗା ଥାନା କନ୍ତିଓ ପୁଟସାହି ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ , ପୋଖରୀରେ ଗାଧଉଥଇବା ବେଳେ ଦୁଇ ଭଉଣୀ ବୁଡି ଯାଇଥିଲେ। ତୁରନ୍ତ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଅଁଳାବେରେଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ମାନେ ହେଲେ ସିଲ୍ଲୀ କମାର ଓ ପାର୍ବତୀ କମାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.