ଜଳେଶ୍ବରର ଶାନ୍ତିଆ ଫ୍ଲାଏ ଓଭର ବ୍ରିଜ ଉପରୁ ସଜ୍ଞାହୀନ ଅବସ୍ଥାରେ ହାତ ଗୋଡ ବନ୍ଧା ଯୁବକ ଉଦ୍ଧାର, ଲୁଟର ଶିକାର ହୋଇଥିବା ସନ୍ଦେହ

ଜଳେଶ୍ବର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ୧୬  ନମ୍ବର ଜାତୀୟ ରାଜପଥ ଶାନ୍ତିଆ ଫ୍ଲାଏ ଓଭର ବ୍ରିଜ ଉପରୁ ସଜ୍ଞାହୀନ ଅବସ୍ଥାରେ ପଡିଥିବା ଅଚିହ୍ନା ଯୁବକ ଉଦ୍ଧାର।  ଯୁବକର ହାତ,ଗୋଡ଼, ମୁହଁ ରସିରେ ବାନ୍ଧି ହୋଇ ଜାତୀୟ ରାଜ ପଥରେ ପଡି ଥିବାରୁ ଦୁର୍ବୃତ୍ତ ମାନେ ଲୁଟ କରିବା ପରେ ଫିଙ୍ଗି ଦେଇଥିବା ସନ୍ଦେହ କରା ଯାଉଛି। ତେବେ ପୂର୍ବରୁ ମଧ୍ୟ ଅନେକ ସମୟରେ ଜାତୀୟ ରାଜପଥର ଲୁଟେରା ମାନେ ଏଭଳି କାମ କରି ଥିବାର ନଜିର ରହିଛି।

ଯୁବକଟିର ପରିଚୟ ମିଳି ନାହିଁ।  ସ୍ଥାନୀୟ ଲୋକେ ଯୁବକଟି ସଜ୍ଞାହୀନ ଅବସ୍ଥାରେ ରାସ୍ତାରେ ପଡିଥିବା ଦେଖି ଜଳେଶ୍ବର ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପରେ ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରି ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.