କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ, ଓଳାଶୁଣି ଛକସ୍ଥିତ ବ୍ରିଜ୍‌ର ସମ୍ପ୍ରସାରଣ ପାଇଁ କଲେ ଅନୁରୋଧ

କେନ୍ୟୁଜ୍: ଗଡ଼କରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ । ଓଳାଶୁଣି ଛକସ୍ଥିତ ବ୍ରିଜ୍‌ର ସମ୍ପ୍ରସାରଣ ପାଇଁ ଗଡକରୀଙ୍କ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂକୀର୍ଣ୍ଣ ବ୍ରିଜ୍‌ ଯୋଗୁ ସାଲେପୁର ଓ ମାହାଙ୍ଗାର ୩୦ଟି ପଞ୍ଚାୟତର ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହେଉଛନ୍ତି । ଗଡ଼କରୀଙ୍କୁ ଭେଟି ଆଲୋଚନା କରିବା ସହ ଏ ସଂକ୍ରାନ୍ତୀୟ ଚିଠି ପ୍ରଦାନ କରିଛନ୍ତି ।

ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥ ନଂ ୫ଏକୁ ସଂଯୋଗ କରୁଛି ଓଳାଶୁଣି ଛକ । ମାହାଙ୍ଗା ବିଧାୟକ ପ୍ରାର୍ଥୀ ଶାରାଦା ପ୍ରସାଦ ପ୍ରଧାନଙ୍କ ଅଭିଯୋଗ ପତ୍ର ଆଧାରରେ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର। ଓଳାଶୁଣି ଛକରେ ଗୋବରୀ ନାଳ ଉପରେ ଥିବା ସଂକୀର୍ଣ୍ଣ ବ୍ରିଜ ଯୋଗୁଁ ଜଳ ନିଷ୍କାସନରେ ସମସ୍ୟା ଉପୁଜୁଛି। ଏହା ଦ୍ୱାରା କଟକ ଜିଲ୍ଲାର ସାଲେପୁର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୩୦ ଗ୍ରାମ ପଞ୍ଚାୟରେ ବସବାସ କରୁଥିବା ୨ଲକ୍ଷରୁ ଅଧିକ ଲୋକମାନେ ପ୍ରଭାବିତ ହେଉଛନ୍ତି। ଜନବସତି ଅଞ୍ଚଳ ଓ ଚାଷ ଜମି ବିଶେଷ ଭାବେ ପ୍ରଭାବିତ ହେଉଛି। ବ୍ରିଜ୍‌ର ସମ୍ପ୍ରସାରଣ ନେଇ ଅନୁଧ୍ୟାନ କରିବା ସହ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଗଡ଼କରୀ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.