ସ୍ମରଣୀୟ ବିବାହ !! ଡ଼ିଜେ ବଦଳରେ ପୁରାତନ ବାଦ୍ୟ ବଜାଇ ବହାରିଲା ଶୋଭାଯାତ୍ରା

ବିବାହ ଏକ ପବିତ୍ର ଅନୁଷ୍ଠାନ, ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତ । କିଏ ଆଡ଼ମ୍ବରରେ ବାଜା ବଜାଇ, ବାଣ ଫୁଟାଇ ବେଦିକୁ ଯାଏ ତ କିଏ ନିରାଡ଼ମ୍ବର ଭାବେ ମନ୍ଦିରରେ ବାହା ହୁଅନ୍ତି । କିନ୍ତୁ ଏକ ନିଆରା ଢ଼ଙ୍ଗରେ ବିବାହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ଉଦାହରଣ ପାଲଟିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ନାରାୟଣପୁର ଗାଁର ଜଣେ ଯୁବକ ।

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ କରିଲୋପାଟଣା ନାରାୟଣପୁର ଗାଁର ଉଚ୍ଚ ଶିକ୍ଷିତ ଅମିତାଭ ନିଜ ବାହାଘର ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ପୁରୀ ମୁକ୍ତି ମଣ୍ଡପର ୧୫ ଜଣ ପଣ୍ଡିତ, ୧୧ଜଣ ପାଲା ଗାୟକ ଓ ୪ ଜଣ ଦାଶକାଠିଆ ଶିଳ୍ପୀଙ୍କ ସହ ଶଙ୍ଖ ମହୁରୀ ଓ ତେଲିଙ୍ଗି ବାଜାରେ ହୋଇଥିଲା ତାଙ୍କ ବିବାହ ଶୋଭାଯାତ୍ରା । ୧୫ କିଲୋମିଟର ଚାଲି ଚାଲି ସମସ୍ତେ ନିକିରାଇ ସ୍ଥିତ କନ୍ୟାଘରେ ପହଞ୍ଚିଥିଲେ । ବୈଦିକ ରୀତିରେ ବିବାହ ସଂପନ୍ନ ହୋଇଥିଲା ।

ଏଭଳି ବାହାଘରରେ ଉଭୟ ବର ଓ କନ୍ୟାଙ୍କ ପରିବାର ବେଶ୍ ଖୁସି । ବିବାହ ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଏପି, ଏଡିଏମ୍, ଆଇନଜୀବୀ ଓ ସାମ୍ବାଦିକମାନେ ଯୋଗଦେଇଥିଲେ ।ଆଧୁନିକତାଠାରୁ ଦୂରରେ ରହି ପରମ୍ପରାକୁ ବଞ୍ଚାଇବାକୁ ଏପରି ଉଦ୍ୟମ କରିଥିବା ଅମିତାଭଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.