ରାଜପଥରେ ଅଜଣା ମହିଳାଙ୍କ ମୃତଦେହ : ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବାଲେଶ୍ବର : ରାଜ୍ୟରେ ଅପରାଧ ବଢ଼ିବା ସହ ବଦଳିଛି ଅପରାଧ କରିବାର ପ୍ରଣାଳୀ । ପୁଣି ଥରେ ଅମାନୁଷିକତାର ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଦହିସଢା ସ୍କୁଲ ନିକଟରେ । ଆଜି ସକାଳ ସମୟରେ ଜାତୀୟ ରାଜପଥ ଉପରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି ।

ମହିଳାଙ୍କ ପରିଚୟ ମିଳିନଥିବା ବେଳେ ସେ ଲାଲ୍ ରଙ୍ଗର ଶାଢୀ ପିନ୍ଧିଥିବା ଦେଖାଯାଇଛି । ରାଜପଥରେ ପଡ଼ି ରହିଥିବାରୁ ତାଙ୍କ ପାଦ ଉପରେ ଗାଡି ଚଢିଯାଇଛି । ତେବେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି କେହି ରାସ୍ତା ଉପରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.