କିସ୍ ବିଶ୍ୱବିଦ୍ୟାଳୟରରେ ପ୍ରତିଷ୍ଠା ହେଲା ଉତ୍କଳମଣି ଗୋପବନ୍ଧୁ ଦାସ ଚେୟାର ଓ ଗବେଷଣା କେନ୍ଦ୍ର

ଭୁବନେଶ୍ବର : କିସ୍‌ ବିଶ୍ୱବିଦ୍ୟାଳୟରରେ ପ୍ରତିଷ୍ଠା ହୋଇଛି ଉତ୍କଳମଣି ଗୋପବନ୍ଧୁ ଦାସ ଚେୟାର ଓ ଗବେଷଣା କେନ୍ଦ୍ର । ଉଦଘାଟନୀ ଉତ୍ସବରେ ଯୋଗ ଦେଇ ଲୋକ ସେବକ ମଣ୍ଡଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ କହିଛନ୍ତି ବର୍ତ୍ତମାନ ସମାଜରେ ନୈତିକ ଓ ସାମାଜିକ ମୂଲ୍ୟବୋଧର ଅବକ୍ଷୟ ଘଟୁଛି । ଅର୍ଥ ଉପାର୍ଜନ ପଛରେ ଗୋଡ଼ାଉଛି ଯୁବସମାଜ । କିସ୍‌ରେ ପ୍ରତିଷ୍ଠା ହୋଇଥିବା ଗୋପବନ୍ଧୁ ଚେୟାର ଓ ଗବେଷଣା କେନ୍ଦ୍ର ଜରିଆରେ ଛାତ୍ର ଛାତ୍ରୀ ଓ ଯୁବଗୋଷ୍ଠୀ ଗୋପବନ୍ଧୁଙ୍କ ଜୀବନ ଦର୍ଶନ, କାର୍ଯ୍ୟଶୈଳୀ, ମାନବିକତାରୁ ନିଶ୍ଚିତ ଭାବେ ପ୍ରେରଣା ପାଇବେ ବୋଲି କହିଛନ୍ତି ।

ଗୋପବନ୍ଧୁଙ୍କ ନାଁରେ କୌଣସି ଅନୁଷ୍ଠାନ ଚେୟାର ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରୁ ବୋଲି ଲୋକସେବକ ମଣ୍ଡଳର ସ୍ୱପ୍ନ ଥିଲା । ଯାହାକୁ ଶେଷରେ କିସ୍‌ ସାକାର କରିଛି ବୋଲି ଦୀପକ ମାଲବ୍ୟ କହିଛନ୍ତି । ସେଥିପାଇଁ ସେ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସାଧୁବାଦ ଦେଇଛନ୍ତି । ଏହି ଅବସରରେ ମୁଖ୍ୟ ବକ୍ତା ଭାବରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଦୈନିକ ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଯୋଗ ଦେଇ କହିଥିଲେ, ଗୋପବନ୍ଧୁ ଜଣେ ଯୁଗସ୍ରଷ୍ଟା ଥିଲେ । ତାଙ୍‌କ କାର୍ଯ୍ୟ ଓ ଜୀବନ ଦର୍ଶନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସବ । ଗୋପବନ୍ଧୁ ଚେୟାର ଓ ଗବେଷଣା କେନ୍ଦ୍ର ଜରିଆରେ ତାଙ୍କର ଲୁକ୍କାୟିତ ତଥ୍ୟ ଲୋକଲୋଚନକୁ ଆସି ପାରିବ । କାଯ୍ୟର୍କ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ କିଟ୍‌, କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ । ଉତ୍କଳମଣିଙ୍କ ଜୀବନ ସମ୍ପୂର୍ଣ୍ଣ ଜୀବନ ଦର୍ଶନ କିସ୍‌ରେ ପ୍ରତିଫଳିତ ହୋଇଛି ବୋଲି କହିଥିଲେ ।

କିସ୍‌ ମାଧ୍ୟମରେ ତାଙ୍କର ସ୍ୱପ୍ନ କିଛି ମାତ୍ରାରେ ସାକାର ହୋଇ ପାରିଛି । ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି, ଦୈନିକ ସମାଜର ସମ୍ପାଦକ ବାମାପଦ ତ୍ରିପାଠୀ, ବାର୍ତ୍ତା ସମ୍ପାଦକ ସୁଶାନ୍ତ ମହାନ୍ତି, ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ପଣ୍ଡିତ ପ୍ରବୋଧ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । କିଟ୍‌ ଓ କିସ୍‌ ସମ୍ପାଦକ ଆର୍‌ଏନ୍‌ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କିସ ବିଶ୍ୱବିଦ୍ୟାଳୟର ଏହା ହେଉଛି ଦ୍ୱିତୀୟ ଚେୟାର ଓ ଗବେଷଣା କେନ୍ଦ୍ର । ପୂର୍ବରୁ ସନ୍ଥ କବି ଭୀମଭୋଇଙ୍କ ଏକ ଚେୟାର ଓ ଗବେଷଣା ପ୍ରତିଷ୍ଠାନ କରାଯାଇଛି । ଉଦ୍‌ଘାଟନ ପୂର୍ବରୁ କିସ୍‌ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।.

Leave A Reply

Your email address will not be published.