ଭିଜିଲାନ୍ସ ଜାଲରେ ଫସିଲେ ବନଖଣ୍ଡ ଅଧିକାରୀ !

ଭଞ୍ଜନଗର : ପୁଣି ଥରେ ଜଣେ ସରକାରୀ କର୍ମଚାରୀବ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଆଜି ଭଞ୍ଜନଗର ଦକ୍ଷିଣ ଘୁମୁଷର ଡିଏଫ୍ଓ ବିଜୟକେତନ ଆଚାର୍ୟ୍ୟଙ୍କ ଘରେ ଭିଜିଲାନ୍ସ ଚଢାଉ କିରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଥିବା ଜଣାପଡ଼ିଛି । ବିଜୟକେତନଙ୍କର ସରକାରୀ ବାସଭବନ ଓ କାର୍ୟ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ । କଟକ ଓ ଭୁବନେଶ୍ୱର ସମେତ ମୋଟ୍ ୫ଟି ସ୍ଥାନରେ ଏହି ଚଢାଉ କରାଯାଇଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି । ବିଜୟ କେତନଙ୍କ ଅନ୍ଦରପୁର ସ୍ଥିତ ପୈତୃକ ଘରେ ମଧ୍ୟ ଭଜିଲାନ୍ସ ରେଡ୍ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.