ପିଲା ପଳାଇଲେ ସ୍କୁଲ ହଷ୍ଟେଲ ଛାଡ଼ି, ଶିକ୍ଷକଙ୍କ ବିରୋଧରେ ଆଣିଲେ ଅଭିଯୋଗ

ମୋହନା (କେନ୍ୟୁଜ୍‌) : ହଷ୍ଟେଲ ଛାଡି ଚାଲି ଚାଲି ଯାଉଥିବା ଦୁଇ ନାବାଳକ ଛାତ୍ରଙ୍କୁ ଉଦ୍ଧାର କଲେ ଏକ୍ରିକୂପା ଗ୍ରାମବାସୀ । ସାର୍‌ ମଦ ପିଇ ମାଡ଼ ମାରିବା ଯୋଗୁଁ ହଷ୍ଟେଲ୍ ଛାଡିଥିବା ଅଭିଯୋଗ କରିଛନ୍ତି ଦୁଇ ଛାତ୍ର । ଏହି ଦୁଇଜଣ ହେଉଛନ୍ତି ଲୁଡୁରୁ ଆଶ୍ରମ ସ୍କୁଲ ଦ୍ଵିତୀୟ ଶ୍ରେଣୀର ଛାତ୍ର ସମ୍ବିତ ମଳିକ, ପବିତ୍ର ଶବର ସକାଳୁ ସ୍କୁଲ୍‌୍‌ରୁ ବାହାରି ଚାଲି ଚାଲି ନିଜ ଗାଁ ଆଶ୍ରୟପୁର ଯାଉଥିବା ବେଳେ ସେମାନଙ୍କୁ ଏକ୍ରିକୂପା ଗ୍ରାମବାସୀ ଉଦ୍ଧାର କରିଥିଲେ । ତେବେ ଏତେ ସୁରକ୍ଷା ମଧ୍ୟରେ ଛୋଟ ପିଲାମାନେ କିଭଳି ହଷ୍ଟେଲ ଛାଡି ଚାଲି ଚାଲି ଗଲେ ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଖବର ପାଇ ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଛାତ୍ରଙ୍କୁ ଉଦ୍ଧାର କରିଥିଲା । ଏହା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ସମସ୍ତ ପ୍ରକ୍ରିୟା ସରିବା ପରେ ଛାତ୍ର ଦ୍ବୟଙ୍କୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

ତେବେ ପିଲା ଦୁଇଜଣ ଯେଉଁ ଅଭିଯୋଗ ଆଣିଛନ୍ତି ତାହା କେତେଦୂର ସତ ତାର ଯାଞ୍ଚ ହେବା ମଧ୍ୟ ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.