ପିପିଲି ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ, ମୈଦାନରେ ଲଢୁଛନ୍ତି ୧୦ ପ୍ରାର୍ଥୀ

ପିପିଲି(କେନ୍ଯୁଜ୍): ପିପିଲି ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ । ମୈଦାନରେ ଅଛନ୍ତି ୧୦ ପ୍ରାର୍ଥୀ । ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସନ୍ଧ୍ୟା ୬ଟା ଯାଏ ମତାଦାନ ଚାଲିବ । ରୁଦ୍ର ପ୍ରତାପ ମହାରଥୀ ବିଜେଡି ପ୍ରାର୍ଥୀ ଅଛନ୍ତି। ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଲଢୁଛନ୍ତି । ଏଥିପାଇଁ ୩୪୮ ମତଦାନ କେନ୍ଦ୍ର ରହିଛି। ୨୦୧ ସମ୍ବେଦନଶୀଳ ବୁଥ। ୧୭୫ବୁଥରେ ରହିଛି ୱେବ୍‌କାଷ୍ଟିଂ ବ୍ୟବସ୍ଥା। ୨୩ ବୁଥରେ ମାଇକ୍ରୋ ଅବ୍‌ଜରଭର ଅଛନ୍ତି ।

ନିର୍ବାଚନମଣ୍ଡଳୀରେ ୩ କମ୍ପାନୀ ବିଏସଏଫ୍‌ ମୁତୟନ ଅଛନ୍ତି । ୩୪୮ଟି ବୁଥ୍‌କୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ୪ ଜଣ ଡିଏସ୍‌ପିଙ୍କୁ ମିଳିଛି ଜୋନ୍‌ ଦାୟିତ୍ୱ । ୩୨ଟି ମୋବାଇଲ୍‌ ପୋଲିସ ପାର୍ଟି, ୬ଟି ଫ୍ଲାଇଙ୍ଗ ସ୍କ୍ଵାର୍ଡ ମଧ୍ୟ ମୁତୟନ ଅଛନ୍ତି । କୋଭିଡ୍‌ ସେକେଣ୍ଡ ୱେଭ୍‌ ପରେ ରାଜ୍ୟରେ ଏହା ପ୍ରଥମ ନିର୍ବାଚନ । ପୂର୍ବରୁ ପିପିଲି ଉପ ନିର୍ବାଚନ ୨ଥର ଅଟକି ଥିଲା। ପ୍ରଥମ ଥର କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଓ ପରେ କୋଭିଡ୍‌ର ସେକେଣ୍ଡ ୱେଭ୍‌ ଯୋଗୁଁ ନିର୍ବାଚନ କମିଶନ ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.