ଭଦ୍ରକ(କେନ୍ୟୁଜ୍): ଲଗାଣ ବର୍ଷାରେ ବଢୁଛି ବୈତରଣୀ ନଦୀ ଜଳସ୍ତର। ଭଦ୍ରକ ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ଥିବାବେଳେ ସକାଳ ୬ଟା ସୁଦ୍ଧା ୧୮.୨୬ ଉପରେ ପ୍ରବାହିତ ହେଉଛି। ବଢୁଛି ତଳିଆ ଅ଼ଚଳର ଦୁର୍ଦ୍ଦଶା। ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକର ୩ଟି ପଞ୍ଚାୟତ, ଧାମନଗର ବ୍ଲକର ୮ଟି ପଞ୍ଚାୟତ ଏବଂ ଚାନ୍ଦବାଲି ବ୍ଲକର ୪ଟି ପଞ୍ଚାୟତ ପ୍ରଭାବିତ ହେଉଛି। ଜଳମଗ୍ନ ହୋଇଛି ଶହ ଶହ ହେକ୍ଟର ଚାଷ ଜମି।
ଜଳକା ନଦୀର ଜଳସ୍ତର ୫.୫୦ ମିଟର ଥିବାବେଳେ ମଥାନୀ ନିକଟରେ ୬.୪୭ ମିଟର ରହିଛି। ଧାମନଗର ବ୍ଲକରେ ପଶିଛି ବୈତରଣୀର ପାଣି । ଭଣ୍ଡାରୀପୋଖରୀ ବ୍ଲକର ମାଳଦା, ଷୋଳମପୁର, ନପଙ୍ଗ ପଞ୍ଚାୟତର ଜମିରେ ବନ୍ୟାଜଳ ମାଡିଛି । ଏପଟେ ଧାମନଗର ଦେଇ ପ୍ରବାହିତ ରେବ, କପାଳୀ ନଦୀରେ ବନ୍ୟା ଆସିଛି । ଫଳରେ କାଶୀମପୁର, ଫତେପୁର ଓ ଅସୁରାଳି ଅଞ୍ଚଳର କିଛି ଗାଁରେ ପାଣି ମାଡ଼ିଛି । । ଗାଁରେ ବନ୍ୟା ଜଳ ପ୍ରବେଶ କରିବା ଯୋଗୁ ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି।