ବଢୁଛି ମହାନଦୀ ଓ କାଠଯୋଡିର ଜଳସ୍ତର, ମୁଣ୍ଡଳୀ ବ୍ୟାରେଜ ଦେଇ ଆଜି ପ୍ରବାହିତ ହେଉଛି ପାଖାପାଖି ୩ ଲକ୍ଷ କ୍ୟୁସେକ ଜଳ

କଟକ(କେନ୍ୟୁଜ୍):ବଢୁଛି ମହାନଦୀ ଓ କାଠଯୋଡିର ଜଳସ୍ତର । ମୁଣ୍ଡଳୀ ବ୍ୟାରେଜ ଦେଇ ଆଜି ପାଖାପାଖି ୩ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ନରାଜ ବ୍ୟାରେଜ ଦେଇ ୧ ଲକ୍ଷ ୧୨ ହଜାର ୨୧୬ କ୍ୟୁସେକ ଜଳ କାଠଯୋଡି ନଦୀକୁ ନିଷ୍କାସିତ ହେଉଛି । ଅବଶିଷ୍ଟ ଜଳ ମହାନଦୀ ଦେଇ ପ୍ରବାହିତ ହେଉଛି । ନରାଜ ବ୍ୟାରେଜର ୪୯ଟି ଗେଟ ଭିତରୁ ୧୫ଟିରେ ଆଂଶିକ ଓ ୧୩ଟି ଗେଟ ସମ୍ପୂର୍ଣ୍ଣ ଖୋଲା ଯାଇଛି । ଅବଶିଷ୍ଟ ବନ୍ଦ ରହିଛି ।

ତେବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ସଜାଗ ରହିଛି ଜିଲ୍ଲା ପ୍ରଶାସନ । କଟକ ଜିଲ୍ଲାରେ ମୋଟ ୫୩୬ଟି ଅସ୍ଥାୟୀ ବନ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖାଯାଇଥିବା ବେଳେ ୨୫ଟି ସ୍ଥାୟୀ ଆଶ୍ରୟ ସ୍ଥଳ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.