ଜଳ ପାଇଁ ଯୁଦ୍ଧ : ରାୟଗଡ଼ାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ସ୍ଥାନୀୟ ବାସିନ୍ଦା

water problem in rayagada

ରାୟଗଡ଼ା : ପାଣି ପାଇଁ ଘେରାଉ । ରାୟଗଡ଼ା ଜିଲ୍ଲା ଗୁଣୁପୁର ଅନ୍ତର୍ଗତ ଦୁଇ, ତିନି ଓ ଚାରି ନମ୍ବର ଓ୍ଵାର୍ଡ଼ରେ ମାସେରୁ ଊର୍ଦ୍ଧ୍ୱ ହେବ ଠିକ୍‌ ଭାବେ ଲୋକେ ପାଣି ପାଉ ନାହାନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜନସ୍ୱାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନନେବାରୁ ବାଧ୍ୟ ହୋଇ ସ୍ଥାନୀୟ ବାସିନ୍ଦା ବିଭାଗୀୟ କାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏପରିକି ସହକାରୀ ଯନ୍ତ୍ରୀଙ୍କୁ ଦୁଇଘଣ୍ଟା ଧରି ଅଟକ ରଖିଥିଲେ । ପ୍ରବଳ ଗରମ ସାଙ୍ଗକୁ ଜଳକଷ୍ଟରେ ଆଉଟୁ ପାଉଟୁ ହେଉଥିବା ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ତିନି ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକାରୀ ଓହରି ଥିଲେ । ସ୍ଥାନୀୟ ବାସିନ୍ଦା ଉପଜିଲ୍ଲାପାଳଙ୍କୁ ଏ ନେଇ ଏକ ଦାବିପତ୍ର ମଧ୍ୟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.