ପାର୍ବଣରେ ବର୍ଷାର ଡର: ଦଶହରାରେ ଭିଜିବ ସାରା ରାଜ୍ୟ, ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ!

ଭୁବନେଶ୍ୱର (କେନ୍ୟୁଜ): ଏଥର ଫିକା ପଡ଼ିବ ପାର୍ବଣ। ଅକ୍ଟୋବରରେ ପଛକୁ ପଛ ଦୁଇଟି ଲଘୁଚାପର ପୂର୍ବାନୁମାନ । ଅକ୍ଟୋବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଦୁଇଟି ଲଘୁଚାପର ସମ୍ଭାବନା ରହିଛି। ସେପ୍ଟେମ୍ବର ୨୫ ତାରିଖରେ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସୃଷ୍ଟିହେବ ଡିଷ୍ଟର୍ବାନ୍‌ସ । ଉତ୍ତର ବଙ୍ଗୋପସାଗର ଉପରେ ରହିବ ଏହାର ପ୍ରଭାବ। ଏଥିପାଇଁ ଅକ୍ଟୋବର ୧ରୁ ୪ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଅକ୍ଟୋବର ୯ରୁ ୧୬ ତାରିଖ ମଧ୍ୟରେ ପୁଣି ଏକ ଲଘୁଚାପର ସମ୍ଭାବନା ରହିଛି । ଏହାର ପ୍ରଭାବ ଅଧିକ ରହିବ ।

ମୌସୁମୀ ପରବର୍ତ୍ତୀ ଏହି ଲଘୁଚାପରେ ରାଜ୍ୟରେ ଅଧିକ ବର୍ଷା ହୋଇପାରେ । ସେପଟେ ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ୨୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପର ସମ୍ଭାବନା ରହିଛି। ପ୍ରବଳ ବର୍ଷା ପାଇଁ କାଲି ପାଇଁ ୯ଟି ଓ ୧୯ରେ ୧୭ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ୨୦ ତାରିଖରେ ବଢିବ ବର୍ଷାର ବିସ୍ତତି ଓ ପରିମାଣ। ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୧୧ଟି ଜିଲ୍ଲା ଓ ପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୧ତାରିଖରେ ବି ବର୍ଷାର ପ୍ରଭାବ ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.