ଭିଜିଲାନ୍ସ ହାତରେ ଧରା ପଡିଲେ ଆରଆଇ, ଏକ ଜବତ ବାଲି ଟ୍ରକ ଛାଡିବାକୁ ନେଉଥିଲେ ୫୫ ହଜାର ଟଙ୍କା ଲାଞ୍ଚ

କଟକ କେନ୍ୟୁଜ): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ରାଜସ୍ବ ନିରୀକ୍ଷକ। କୋଦଳା ତହସିଲ ବରିଡା ଆରଆଇ ଦେବାଶିଷ ମାଝି ଧରା ପଡିଛନ୍ତି । ଏକ ଜବତ ବାଲି ଟ୍ରକ ଛାଡିବାକୁ ୫୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ନିଜ କାର୍ଯ୍ୟାଳୟ ଭିତରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, କୋଦଳା ତହସିଲ ବରିଡା ଆରଆଇ ଦେବାଶିଷ ମାଝି ଏକ ବାଲି ଟ୍ରକ ଧରିଥିଲେ । ପରେ ଏହି ବାଲି ଟ୍ରକୁ ଛାଡିବାକୁ ସେ ଟଙ୍କା ମାଗିଥିଲେ । ୫୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡିଛନ୍ତି । ତେବେ ଭିଜିଲାନ୍ସ ତାଙ୍କୁ ଆଜି ଧରିଛି । ଏହାସହିତ ତାଙ୍କୁ ଅଧିକ ପଚରାଉଚରା ମଧ୍ୟ କରାଯାଉଛି । ଏହି ଘଟଣାରେ ଭିଜିଲାନ୍ସ ଆହୁରୀ ଖୋଳତାଡ ମଧ୍ୟ ଆରମ୍ଭ କରିଦେଇଛି ।

 

Leave A Reply

Your email address will not be published.