‘ପେନ୍‌ସନ୍‌ ଯୋଜନା’ କାହା ପାଇଁ? ଦୀର୍ଘ ୪ ମାସ ଧରି ଭତ୍ତା ମିଳୁନଥିବା ଅଭିଯୋଗ, କଷ୍ଟ ଭୋଗୁଛନ୍ତି ଭିନ୍ନକ୍ଷମ ଓ ବିଧବା ହିତାଧିକାରୀ

ଆନନ୍ଦପୁର (କେନ୍ୟୁଜ): ଅବହେଳିତ ଗରିବ ଭିନ୍ନକ୍ଷମଙ୍କ ଜିବନ ଜୀବିକା ର୍ନିବାହରେ କିଛି ମାତ୍ରାରେ ସହାୟକ ନିମନ୍ତେ ସରକାର ଦିଅନ୍ତି ଭତ୍ତା ସହାୟତା। ଏହି ସହାୟତା ଉଚିତ ହିତାଧିକାରୀଙ୍କୁ ବ୍ଲକ ମାଧ୍ୟମରେ ଯୋଗାଇ ଦିଆ ଯାଇଥାଏ ହେଲେ ଏହି ଭତ୍ତା ଯୋଗାଣରେ ସୁଧାର ଆଣିବାକୁ ନୂତନ ଭାବରେ ବ୍ଯାଙ୍କ୍‌ ଖାତାକୁ ର୍ନିଦ୍ଧାରିତ ଭତ୍ତା ଟଙ୍କା ପଠା ଯାଉଥିବା ବେଳେ ଅନେକ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇ ଦୁର୍ଦ୍ଦିନ ରେ ଦିନ କାଟୁଛନ୍ତି। ତେବେ କଣ ରହିଛି ସମସ୍ଯା କାହିଁକି ମିଳୁନି ଏମାନଙ୍କୁ ଭତ୍ତା ?

ତେବେ ଏହି ଭତ୍ତା ଟଙ୍କା ପାଇଁ କିଏ ଘୁଷୁରି ଘୁଷୁରି ତ ଆଉ କିଏ ବାଡ଼ିଟିଏକୁ ଆଶ୍ରା କରି ଟଙ୍କା ପାଇବାକୁ ଦୌଡ଼ିଛନ୍ତି । ଦୀର୍ଘ ୪ମାସ ରୁ ଉର୍ଦ୍ଧ୍ଵ ସମୟ ଧରି ଭତ୍ତା ଟଙ୍କାରୁ ବଞ୍ଚିତ ହୋଇଥିବା ଏହି ଭିନ୍ନକ୍ଷମ ଓ ବିଧବା ମହିଳା ମାନଙ୍କ ଭିତରୁ କାହା ପାଖରେ ଔଷଧ ଟିକେ କିଣିବାକୁ ପଇସା ନାହିଁ ତ କିଏ ଖାଇବାକୁ ନପାଇ ଭୋକ ଉପାସରେ ଦିନ କାଟୁଛି । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ହାଟଡ଼ିହି ବ୍ଲକ ସମଣା ପଞ୍ଚାୟତରେ। ପଞ୍ଚାୟତ ର ୫୨ ଜଣ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ତନ୍ମଧ୍ୟରୁ ୪୧ ଜଣ ଭିନ୍ନକ୍ଷମ ଓ ଅନ୍ଯମାନେ ବିଧବା ମହିଳା। ଏହି ହିତାଧିକାରୀ ମାନେ ପୁର୍ବରୁ ସଠିକ୍‌ ଭାବେ ଭତ୍ତା ଟଙ୍କା ପାଉଥିଲେ ହେଲେ ଏବେ ଅନଲାଇନ ମାଧ୍ୟମରେ ଭତ୍ତା ବ୍ଯବସ୍ଥା କରାଯିବା ପର ଠାରୁ ଏମାନେ ଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି।

ଘଟଣା ସମ୍ପର୍କରେ ଅବଗତ କରାଇବାକୁ ହିତାଧୀକାରୀ ମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ଯନ୍ତ ବାରମ୍ବାର ଦୌଡୁଥିଲେ ବି ସେମାନଙ୍କ କଥା କେହି ଶୁଣୁନାହାନ୍ତି। ଅନ୍ଯ ପକ୍ଷରେ ଅନଲାଇନ ବ୍ଯବସ୍ଥା ପରେ ବ୍ଯାଙ୍କ୍‌ କୁ ଟଙ୍କା ଆସୁଥିବାରୁ ୧୫ରୁ ୨୦ କିଲୋମିଟର ଦୂର ବାଟ ବ୍ଯାଙ୍କ କୁ ଯାଇ ଟଙ୍କା ଉଠାଇବା କିଛି ହିତାଧୀକାରୀ ଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ଯେଉଁଥି ପାଇଁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହିତ ପୂର୍ବଭଳି ପଞ୍ଚାୟତ ରେ ଭତ୍ତା ଦେବାକୁ ଦାବି ହେଉଛି। ଘଟଣା ର ତଦନ୍ତ କରି ତୁରନ୍ତ ଭତ୍ତା ପାଇନଥିବା ହିତାଧୀକାରୀ ମାନଙ୍କୁ ଟଙ୍କା ଯୋଗାଇବାର ବ୍ଯବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ। ତେବେ ମାସେ ନୁଁହ କି ଦୁଇମାସ ନୁଁହ ଦୀର୍ଘ ୪ ମାସ ଧରି ଭତ୍ତା ଟଙ୍କାରୁ ବଞ୍ଚିତ ହୋଇ ନାନାଦି ଦୁଃଖ ଭୋଗୁଛନ୍ତି ଭିନ୍ନକ୍ଷମ ଓ ବିଧବା ମହିଳା ମାନେ । ତୁରନ୍ତ ଏସବୁର ସମାଧାନ କରି ସେମାନଙ୍କୁ ଭତ୍ତା ଟଙ୍କା ଯୋଗାଇ ଦେବାର ଆବଶ୍ଯକତା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.