ଲୋକସଭା ବାଚସ୍ପତି ରେସ୍‌ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଏସ୍‌. ଏସ୍‌ ଆହାଲୁଓ୍ଵାଲିଆଙ୍କ ନାଁକୁ ନେଇ ଚର୍ଚ୍ଚା, ଉପବାଚସ୍ପତି ଦୌଡରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ

କେନ୍ୟୁଜ୍ : ଲୋକସଭା ବାଚସ୍ପତି ରେସ୍‌ରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ନାଁକୁ ନେଇ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ହେଉଛି । ସେହିପରି ଏସ୍‌. ଏସ୍‌ ଆହାଲୁଓ୍ଵାଲିଆଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଜୁଏଲ ଜଣେ ଆଗଧାଡିର ଆଦିବାସୀ ନେତା । ସେ ୫ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୯୮, ୧୯୯୯, ୨୦୦୪, ୨୦୧୪ ଓ ୨୦୧୯ରେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି । ଦୀର୍ଘ ଅଭିଜ୍ଞତା କାରଣରୁ ଜୁଏଲଙ୍କୁ ଏହି ପଦବୀ ମିଳିବା ନେଇ ଚର୍ଚ୍ଚା ହେଉଛି ।

ସେହିପରି ଉପବାଚସ୍ପତି ଦୌଡରେ ଅଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆସନ୍ତା ୧୭ ତାରିଖରେ ନୂଆ ଲୋକସଭାର ପ୍ରଥମ ଅଧିବେଶନ ବସିବ । ୧୯ ତାରିଖରେ ଉଭୟ ବାଚସ୍ପତି ଓ ଉପବାଚସ୍ପତି ପାଇଁ ନିର୍ବାଚନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.