ଅଜଣା ଟ୍ରକ୍ ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଆହତ

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟରେ ଅଜଣା ଟ୍ରକ୍ ଧକ୍କାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଘଟଗାଁ ବ୍ଲକ ଅନ୍ତର୍ଗତ ନୁସୁରିପସି ଗ୍ରାମର ରବି ମୁଣ୍ଡା ତାଙ୍କ ପତ୍ନୀ ସୋମବାରି ମୁଣ୍ଡାଙ୍କ ସହ କୌଣସି କାମରେ ପାଟଣା ଯାଇ ଫେରୁଥିବା ବେଳେ, ମଙ୍ଗଳପୁର ଏଞ୍ଜାଲ ଢ଼ାବା ନିକଟରେ ଏକ ଅଜଣା ଟ୍ରକ୍ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।

ଯାହା ଫଳରେ ଘଟଣାସ୍ଥଳରେ ପତ୍ନୀ ସୋମବାରିଙ୍କ ମୃତ୍ୟୁ ଘଟିଥିବା ବେଳେ, ସ୍ୱାମୀ ଗୁରୁତର ଆହାତ ହୋଇଛନ୍ତି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତକ ମହିଳାଙ୍କୁ ଉଦ୍ଧାର କରି ପାଟଣା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.