ଉଇକିଆଳିଙ୍କ ଉଇକିମାନିଆ, ଖୋଲା ଜ୍ଞାନ ନିମନ୍ତେ ସଭିଏଁ ଏକାଠି

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ୱରରେ ଆଜି ଓଡ଼ିଆ ଉଇକିଆଳିଙ୍କ ପକ୍ଷରୁ ଉଇକିମାନିଆ, ଭୁବନେଶ୍ୱର ମେଳଣ ଉଦ୍‌ଘାଟିତ ହୋଇ ଯାଇଛି । ଏହି ମେଳଣରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ମନୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉଇକିମିଡିଆ ଫାଉଣ୍ଡେସନ୍‌ର ମାନବପ୍ରୀତ୍ କୌର ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ ।

ଏହି ମେଳଣରେ ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଓ ସାନ୍ତାଳୀ ଉଇକିଆଳିମାନେ ଯୋଗ ଦେଇଥିଲେ । ଓଡ଼ିଆ ଉଇକିପିଡ଼ିଆ ଜରିଆରେ ଓଡ଼ିଆ ଭାଷା ତଥା ସଂସ୍କୃତି ଲୋକଲୋଚନକୁ ଆଣିବା ସହିତ ସାନ୍ତାଳୀ ଉଇକିଆଳିଙ୍କ ସମସ୍ୟା ଓ ତାର ସମାଧାନ ବିଷୟରେ ଆଲୋଚନା କରାଯାଇଥିଲା । ଏହା ସହିତ ଉଇକିମିଡିଆ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲେ । ଆସନ୍ତାକାଲି ଏହି ମେଳଣ ଉଦଯାପିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.