କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ STF କବ୍‌ଜାରେ ବନ୍ୟପ୍ରାଣୀ ମାଫିଆ

କେନ୍ୟୁଜ୍: STF କବ୍‌ଜାରେ ବନ୍ୟପ୍ରାଣୀ ମାଫିଆ। କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ ଧରାପଡିଲା ବନ୍ୟପ୍ରାଣୀ ମାଫିଆ କୈଳାସ ମାଝୀ। ତାକୁ ଭବାନୀପାଟଣା ବନଖଣ୍ଡ ଅଞ୍ଚଳରୁ ଧରାଯାଇଛି। ଏସ୍‌ଟିଏଫ୍‌ ଓ ଭବାନୀପାଟଣା ୱାଇଲ୍ଡ ଲାଇଫ୍‌ ନର୍ଥ ରେଞ୍ଜ୍‌ ମିଳିତ ଭାବେ ଚଢାଉ କରି କୈଳାସକୁ ଧରିଛନ୍ତି।

ଭବାନୀପାଟଣା-ରାୟଗଡ଼ା ରାସ୍ତାର ସତପୁର ଛକରୁ ବାଘ ଛାଲ ଜବତ ହୋଇଛି। ଅଭିଯୁକ୍ତ କଳାହାଣ୍ଡି ନର୍ଲା ଥାନା ଗୁଣପୁର ଅଞ୍ଚଳର। ତା ନିକଟରୁ ବାଘ ଛାଲ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଅଭିଯୁକ୍ତକୁ ଭବାନୀପାଟଣା ବନକର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି।

Leave A Reply

Your email address will not be published.