ସମଲ ବ୍ୟାରେଜରୁ ଡେଇଁଲେ ଯୁବତୀ, ଠିକ୍ ସମୟରେ ବଞ୍ଚାଇ ଦେଲେ ଲୋକେ

ତାଳଚେର(କେନ୍ୟୁଜ୍): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ସମଲ ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଆଜି ସକାଳ ପ୍ରାୟ ୬ ଟା ୪୫ ରେ ସମଲ ବ୍ୟାରେଜର ୨୪ ନମ୍ବର ଗେଟ୍ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପାଖରେ ଉପସ୍ଥିତ ଥିବା ଅଞ୍ଚଳବାସୀ ଏହା ଦେଖି ହଠାତ ବ୍ୟାରେଜ୍ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ବ୍ୟାରେଜ୍ କର୍ତ୍ତୃପକ୍ଷ ଖୋଲା ଥିବା ନିକଟସ୍ଥ ଗେଟ୍ ଗୁଡିକୁ ବନ୍ଦ କରିଥିଲେ ।

ସ୍ଥାନୀୟ କିଛି ଲୋକ ଗେଟ୍ ତଳକୁ ଯାଇ ଯୁବତୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବା ପରେ ଡଙ୍ଗା ସାହାଯ୍ୟରେ ତାଙ୍କୁ କୁଳରେ ପହଞ୍ଚାଇଥିଲେ । ଦୁଃଖ ଏବଂ ପରିତାପର ବିଷୟ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ହେଁ ବହୁ ବିଳମ୍ବରେ ଅର୍ଥାତ ଅଞ୍ଚଳବାସୀ ଯୁବତୀକୁ ଉଦ୍ଧାର କରିବା ପରେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ । ଯୁବତୀକୁ ଉଦ୍ଧାର କରିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସାଳୟକୁ ପଠାଯାଇଥିଲା । ଆତ୍ମହତ୍ୟା ଉଦ୍ୟମ ପଛର ରହସ୍ୟ ତଦନ୍ତ ପରିସର ଭୁକ୍ତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.