କଟକ: ମହିଳାଙ୍କୁ ପାଥୋଲାବ୍‌କୁ ଡାକି ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଥାନାରେ ଏତଲା

କଟକ(କେନ୍ୟୁଜ୍):  ମହିଳାଙ୍କୁ ପାଥୋଲାବ୍‌କୁ ଡାକି ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗ। ମହିଳାଙ୍କ ଅଭିଯୋଗ କ୍ରମେ କଟକ ମାଲଗୋଦାମ ଥାନା ପୋଲିସ ଲାବ୍ କର୍ମଚାରୀ ବସନ୍ତ କୁମାର ବଳଙ୍କୁ ଅଟକ ରଖିଛି। ମାର୍ଚ୍ଚ ୧୭ ତାରିଖରେ ଜଣେ ମହିଳାଙ୍କ ଟେଷ୍ଟ କରାଇବା ବାହାନାରେ ତାଙ୍କୁ କଲେଜଛକର ପାଥୋଲାବ୍‌କୁ ଡାକି ଦୁଷ୍କର୍ମ ଉଦ୍ୟମ କରୁଥିଲା ବସନ୍ତ।

ପୂର୍ବରୁ ମଧ୍ୟ ମହିଳାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବାର ଧମକ ଦେଇ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ତାଙ୍କୁ ଭୁବନେଶ୍ୱର, କଟକ ଓ ପାରାଦୀପ ନେଇ ନେଇଥିବା ଜଣାପଡ଼ିଛି। ବସନ୍ତ ପାରାଦୀପର ଏକ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.