ଜନନୀ ଯାତନାର ଆଉ ଏକ ଚିତ୍ର : ଆମ୍ବୁଲାନ୍ସ ଆସିଲାନି, ଅଟୋରେ ପ୍ରସବ କଲେ ମହିଳା

ambulanceନବରଂଗପୁର : ନବରଂଗପୁରରୁ ଆସିଛି ଜନନୀ ଯାତନାର ଆଉ ଏକ ଚିତ୍ର । ଆମ୍ବୁଲାନ୍ସ ଆସିଲାନି, ଅଟୋରେ ପ୍ରସବ କଲେ ମହିଳା । ଘଟଣା ଘଟିଛି ନବରଂଗପୁର ଡାବୁଗାଁ ବ୍ଳକର ଘୋଡାଖୁଣ୍ଟା ଗାଁରେ । ରାତିରେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍‌ସକୁ ଫୋନ କରାଯାଇଥିଲା । ଗାଡି ଖରାପ ଅଛି ଉତ୍ତର ପାଇବା ପରେ ଅଟୋ ଭଡ଼ା କରି ମେଡିକାଲକୁ ଆଣୁଥିଲେ । ବାଟରେ ମହିଳା ଜଣଙ୍କ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ତେବେ ଉଭୟ ମା ଓ ଶିଶୁଙ୍କୁ ଡାବୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.