ଭୁବନେଶ୍ୱର GGP କଲୋନୀରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର(କେନ୍ଯୁଜ୍): ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ।ଭୁବନେଶ୍ୱର GGP କଲୋନୀ କୈବଲ୍ୟ ନଗରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ । ୬ବର୍ଷ ପୂର୍ବରୁ ଘନଶ୍ୟାମ ମହାନ୍ତିଙ୍କୁ ବିବାହ କରି କୈବଲ୍ୟ ନଗରରେ ରହୁଥିଲେ ଶ୍ରଦ୍ଧାଞ୍ଜଳି ।

ପରକୀୟା ପ୍ରୀତିକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ଶ୍ରଦ୍ଧାଞ୍ଜଳିଙ୍କ ଗାଁ ନିକଟରୁ ଲାଲୁ ଓରଫ ଗତି କୃଷ୍ଣ ଦାସ ନାମକ ଜଣେ ଯୁବକ ଶ୍ରଦ୍ଧାଞ୍ଜଳିଙ୍କ ଘରକୁ ଯିବା ଆସିବା କରୁଥିଲେ । ଶ୍ରଦ୍ଧାଞ୍ଜଳିଙ୍କ ମୃତ୍ୟୁ ପରେ ମଞ୍ଚେଶ୍ୱର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଅଭିଯୋଗ ପରେ ଶ୍ରଦ୍ଧାଞ୍ଜଳିଙ୍କ ମୃତଦେହ ଜବତ କରି ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.