ଅମାନୁଷିକତାର ପ୍ରମାଣ : ଟ୍ରେନ୍ ଭିତରୁ ମିଳିଲା ମହିଳାଙ୍କ ଗଣ୍ଡି, ରେଳ ଧାରଣାରୁ କଟା ମୁଣ୍ଡ

ପୁରୀ : ନୃଂଶସ ଓ ନାରକୀୟ ହତ୍ୟାକାଣ୍ଡ ଘଟିଛି ପୁରୀ ଜିଲ୍ଲାରେ । ପିପିଲିରୁ କଟା ମୁଣ୍ଡ ଏବଂ ପୁରୀରୁ ମିଳିଛି ମୁଣ୍ଡ ନଥିବା ମୃତଦେହ । ଜଣେ ମହିଳାଙ୍କୁ ଅତି ଅମାନୁଷିକ ଭାବରେ ହତ୍ୟା କରାଯାଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ପିପିଲି ଡେଲାଙ୍ଗ ଷ୍ଟେସନ ରେଳ ଧାରଣାରୁ କଟା ମୁଣ୍ଡ ଜବତ ହୋଇଥିବା ବେଳେ ପୁରୀରୁ ଗୁଣୁପୁର-ପୁରୀ ପାସେଞ୍ଜରର ଟଏଲଟ୍ ଭିତରୁ ମିଳିଛି ମୁଣ୍ଡ ନଥିବା ମୃତଦେହ ।

ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ମହିଳାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛନ୍ତି । କାରଣ ମହିଳାଙ୍କ ମୁଣ୍ଡ ଟ୍ରେନ୍ ଲାଇନ୍ ଭିତରୁ ଜବତ ହୋଇଛି। ମୁହଁ ସାରା ରହିଛି କ୍ଷତ ଚିହ୍ନ । ମୃତ ମହିଳାଙ୍କ ପରିଚୟ ବର୍ତ୍ତମାନ ପର୍ୟ୍ୟନ୍ତ ମିଳି ପାରିନାହିଁ । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା, ତାହା ଏବେ ଯାଏଁ ଅସ୍ପଷ୍ଟ । ସେହିପରି ଟ୍ରେନ୍ ଭିତରୁ ମୃତଦେହ ମିଳିବା ହତ୍ୟା ସନ୍ଦେହକୁ ବଢ଼ାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.