ସ୍ୱାମୀ ସାଜିଲା ସଇତାନ ! ୩ ଜଣ ଯୁବକଙ୍କ ସହ ମିଶି ସ୍ତ୍ରୀକୁ କଲା ଗଣଦୁଷ୍କର୍ମ

ନବରଙ୍ଗପୁର (କେନ୍ୟୁଜ୍) : ସ୍ୱାମୀ ସାଜିଲା ସଇତାନ । ୩ ଜଣ ଯୁବକଙ୍କ ସହ ମିଶି ସ୍ତ୍ରୀକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ । ଏନେଇ ପୀଡ଼ିତା ଉମରକୋଟ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ହୋଇଛି, ରାଇଘର ବ୍ଲକର ପୀଡ଼ିତା ଉମରକୋଟ ଚଢ଼େଇଗୁଡ଼ା ଗାଁର ସଜୁ ହରିଜନଙ୍କୁ ଗତବର୍ଷ ପ୍ରେମ ବିବାହ କରିଥିଲେ । ଉଭୟ ଘର ଲୋକ ବିବାହକୁ ବିରୋଧ କରିବାରୁ ଦୁହେଁ ରାଇଘରରେ ଭଡ଼ା ଘରେ ରହୁଥିଲେ । ଏହାର କିଛି ମାସ ଭିତରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ହୋଇଥିଲା ମନୋମାଳିନ୍ୟ ।

ଯୁୁବତୀଙ୍କ ଘରୁ ବାହର କରି ଦେବା ଅଭିଯୋଗରେ ଜେଲ୍ ଯାଇଥିଲେ ଯୁବକ । ତେବେ ଆପୋସ ବୁଝାମଣା ପରେ ଜେଲରୁ ମୁକୁଳିଥିଲେ ଯୁବକ । ଗତ ୧୩ ତାରିଖରେ ସ୍ତ୍ରୀଙ୍କ ଉମରକୋଟ ବୁଲାଇ ନେବାକୁ କହି UV-52 ସ୍ଥିତ ଏକ ସରକାରୀ ଫାର୍ମ ହାଉସକୁ ନେଇଥିଲେ । ସେଠାରେ ତାଙ୍କର ୩ ଜଣ ସାଙ୍ଗ ଯୁବତୀଙ୍କ ମୁହଁ ଓ ହାତରେ କପଡ଼ା ଗୋଡ଼ାଇ ଗଣଦୁଷ୍କର୍ମ କରିଥିଲେ । ତାପରଦିନ ସକାଳେ ଉମରକୋଟ ଥାନାରେ ଏତଲା ଦେଇଥିଲେ ପୀଡ଼ିତା । ଅଭିଯୋଗ ପରେ ପୋଲିସ ଖୋଳତାଡ ଚଳାଇଥିବା ବେଳେ ସ୍ୱାମୀ ଓ ତାଙ୍କ ତିନି ସହଯୋଗୀଙ୍କୁ ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.