ଖଇରୀ ନିବାସ ପରିସରରେ ବିଶ୍ଵ ବ୍ୟାଘ୍ର ଦିବସ ପାଳିତ

କରଞ୍ଜିଆ: କରଞ୍ଜିଆ ଯଶିପୁରର ଧୋବାଡିହା ସ୍ଥିତ ଖଇରୀ ନିବାସ ପରିସରରେ ଆଜି ବିଶ୍ଵ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି । ଯଶିପୁରର ମାଟିଆଗଡ଼ଠାରେ ଥିବା ଶିମିଳିପାଳ ଉତ୍ତରାଞ୍ଚଳ ବନ୍ୟପ୍ରାଣୀ ଡିଭିଜନ ଓ ଶିମିଳିପାଳ ଇକୋ ଟୁରିଜିମ୍ ରେଞ୍ଜର ମିଳିତ ଆନୁକୂଲ୍ୟରେ ଏହା ଆୟୋଯିତ ହୋଇଥିଲା। ବାଘୁଣୀ ଖଇରୀର ସମାଧି ସ୍ଥଳରେ ବିଭିନ୍ନ ରେଞ୍ଜର ବହୁ ବନ କର୍ମଚାରୀ ଏକତ୍ରୀତ ହୋଇଥିଲେ।

ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଖଇରୀର ସମାଧିରେ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଖଇରୀ ବାଘୁଣୀର ସ୍ମୃତି ଚାରଣ କରି ଅତିଥି ଗଣ ବିଶ୍ଵ ବନ୍ୟପ୍ରାଣୀ ଇତିହାସରେ ଏକ ମାଇଲ୍ ଖୁଣ୍ଟ ସ୍ଥାପନ କରି ଖଇରୀ ଶିମିଳିପାଳ କୁ ବିଶ୍ଵ ପ୍ରସିଦ୍ଧ କରି କିମ୍ବଦନ୍ତୀ ପାଲଟି ଯାଇଛି ବୋଲି ଉଲ୍ଲେଖ କରିଥିଲେ l ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଏହି ଜୈବ ମଣ୍ଡଳ ଆଗାମୀ ଦିନରେ ଆହୁରି ବ୍ୟାପକ ପଦକ୍ଷେପ ନେଇ କାର୍ଯ୍ୟ କରିବ ବୋଲି ଦର୍ଶାଇଥିଲେ l ଖଇରୀ ନିବାସରେ ଛାତ୍ରଛାତ୍ରୀ ଙ୍କୁ ସଚେତନତା କରାଯାଇଛି ଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.