ରାଜନଗର ଜଗନ୍ନାଥପୁର ଗାଁର ସୌମ୍ୟ ରଞ୍ଜନଙ୍କ ୱାର୍ଲଡ ୱାଇଜ ବୁକ୍‌ ଅଫ୍‌ ରେକର୍ଡ, ପାଟିରେ ତୁଳି ଧରି ଆଙ୍କି ଚାଲିଛନ୍ତି ଭଳିକି ଭଳି ଚିତ୍ର

ରାଜନଗର(କେନ୍ୟୁଜ୍): ଚିତ୍ର ଆଙ୍କିବାର ନିଆରା ଅନ୍ଦାଜ । ପାଟିରେ ତୁଳି ଧରି ଆଙ୍କି ଚାଲିଛନ୍ତି ଭଳିକି ଭଳି ଚିତ୍ର । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚିତ୍ର ଆଙ୍କି ସାଉଁଟି ଚାଲିଛନ୍ତି ସଫଳତା । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜଗନ୍ନାଥପୁର ଗାଁର ସୌମ୍ୟ ରଞ୍ଜନ ବଳ । ଚାଟାର୍ଡ ଆକାଉଣ୍ଟାଣ୍ଟ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଏହି ଯୁବକ ଜଣଙ୍କ, ନିଜର ନିଆରା ପ୍ରତିଭାକୁ ନେଇ ଏବେ ଚର୍ଚ୍ଚାରେ । ପାଟି ସାହାଯ୍ୟରେ ତୁଳୀକୁ ଧରି ୩ ମିନିଟି ୪୮ ସେକେଣ୍ଡରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଚିତ୍ର ଆଙ୍କି, ଇନକ୍ରେଡିବୁଲ ବୁକ ଅଫ୍‌ ରେକର୍ଡ, ୱାର୍ଲଡ ୱାଇଜ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି ।

paint

ସେହିପରି ୮ ମିନିଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଚିତ୍ର ଆଙ୍କି ଇଣ୍ଟରନ୍ୟାସନଲ ବୁକ୍‌ ଅଫ୍‌ ରେକର୍ଡ ଓ ୧୧ମିନିଟରେ ଗୋପବନ୍ଧୁ ଦାସଙ୍କ ଚିତ୍ର ଆଙ୍କି ଇଣ୍ଡିଆସ ୱାର୍ଲଡ ରେକର୍ଡ ଆଦି ପୁରସ୍କାର ହାସଲ କରିଛନ୍ତି । ଏହି ସବୁ ଚିତ୍ର ପାଟିରେ ଆଙ୍କି ଥିବାରୁ ମ୍ୟାଜିକ୍‌ ବୁକ୍‌ ଅଫ୍‌ ରେକର୍ଡ ତରଫରୁ ତାଙ୍କୁ ବେଷ୍ଟ କ୍ରିଏଟିଭ ଆର୍ଟ୍ସ ଆଓ୍ଵାର୍ଡ ମଧ୍ୟ ପ୍ରଦାନ କରାଯାଇଛି । ଯାହାକୁ ନେଇ ସୌମ୍ୟଙ୍କ ସହିତ ପରିବାର ଲୋକେ ଖୁସିବ୍ୟକ୍ତ କରିଛନ୍ତି ।

ଏକା ସାଙ୍ଗରେ ୫ଟି ରେକର୍ଡ ସୌମ୍ୟ ରଂଜନ ତାଙ୍କ ନାଁରେ କରାଇ ଅଞ୍ଚଳ ପାଇଁ ଗର୍ବ ଆଣିଛନ୍ତି । ସଂପୃକ୍ତ ସଂସ୍ଥା ଗୁଡିକ ପକ୍ଷରୁ ସୌମ୍ୟଙ୍କୁ ସାର୍ଟିଫିକେଟ, ପଦକ ଓ ଟ୍ରଫି ଆଦି ପ୍ରଦାନ କରାଯାଇଛି । ଯାହାକୁ ନେଇ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । ଏକାଧିକ ପ୍ରତିଭାର ଅଧିକାରୀ ସୌମ୍ୟଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଆଗକୁ ଆହୁରି ଅଞ୍ଚଳ ତଥା ରାଜ୍ୟ ପାଇଁ ଗୌରବ ଆଣିପାରିବେ ବୋଲି ଆଶା ରଖିଛନ୍ତି ।

Leave A Reply

Your email address will not be published.