ବୌଦ୍ଧ କଙ୍କଲା ଗ୍ରାମରେ ଅଘଟଣ, ଫ୍ରିଜ ତାରରେ ଲାଗି ୪ ବର୍ଷର ଶିଶୁ ମୃତ

ବୌଦ୍ଧ(କେନ୍ଯୁଜ୍): ବୌଦ୍ଧ ହରଭଙ୍ଗା ଥାନା କଙ୍କଲା ଗ୍ରାମରେ ଅଘଟଣ । ଫ୍ରିଜ ତାରରେ ଲାଗି ୪ ବର୍ଷର ଶିଶୁ ବିଦ୍ୟୁତ ଆଘାତରେ ମୃତ୍ୟୁ । ମୃତକ ହେଲେ ଅରୁଣ ବେହେରାଙ୍କ ପୁଅ ରଜତ ବେହେରା । ସୂଚନା ଅନୁଯାୟୀ ହରଭଙ୍ଗା ଥାନା ଧଳପୁର ପଂଚାୟତ କଙ୍କଲା ଗ୍ରାମର ଅରୁଣ ବେହେରାଙ୍କ ପରିବାର ଗତକାଲି ରାତିରେ ଖାଇ ସାରିବା ପରେ ଶୋଇବାକୁ ଯାଉଥିଲେ । ସେତିକି ବେଳେ ତାଙ୍କ ୪ ବର୍ଷର ପୁଅ ଫ୍ରିଜ ଲଗାଇବାକୁ ଯାଇଥିଲା ।

ଯେହେତୁ ଫ୍ରିଜକୁ ସଂଯୋଗ କରୁଥିବା ତାରରେ ପ୍ଲଗ ନଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ତାଙ୍କ ବାପା ମେନ ସୁଇସ ବନ୍ଦ କରିଥିଲେ ବି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଁଚି ଶବ କୁ ଜବତ କରି ବ୍ୟବଛେଦ ପାଇଁ ବୌଦ୍ଧ ପଠାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.