ଗୁଜରାଟ ପଟୁ ଆସୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାଜ୍ଯରେ ବଢ଼ୁଛି ତାତି, ଆଜି ୮ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ୟୁଜ୍‌): ଡେଉଁଛି ପାରଦ । ବଢୁଛି ତାତି । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି । ୧୩ ତାରିଖ ଯାଏ ନିସ୍ତାର ନାହିଁ । ଗୁଜରାଟ ପଟୁ ପ୍ରଭାବିତ ଶୁସ୍କ ବାୟୁ ପ୍ରଭାବରେ ତାତି ବଢ଼ୁଛି । ଆଜି ୮ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୩ରୁ ୪ ଦିନ ଯାଏ ନିସ୍ତାର ନାହିଁ ।

ଗତକାଲି ଟିଟିଲାଗଡ଼ ସର୍ବାଧିକ ୪୫ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା । ୪୦ ଡିଗ୍ରୀ ଉପରେ ଥିଲା ୧୯ଟି ସହରର ତାପମାତ୍ରା । ବନ୍ୟା, ବାତ୍ୟା ଭଳି ଗ୍ରୀଷ୍ମ କୋପ ଓଡ଼ିଶା ପାଇଁ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଉଭା ହୋଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକ ମୌସୁମୀ ବୃଷ୍ଟିର ଅଭାବ ସହିତ ସବୁଜ ବଳୟର ଦ୍ରୁତ ହ୍ରାସ ଏହି ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ହୋଇଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.