ଚେତୁ ନାହାନ୍ତି ଲୋକେ: ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ଯୁତ୍ ତାର ସଂସ୍ପର୍ଶରେ ଆସି ଗଲା ଯୁବକଙ୍କ ଜୀବନ

ଢେଙ୍କାନାଳ:  ବାରମ୍ବାର ସଚେତନ କରିବା ପରେ ମଧ୍ଯ ଚେତୁଦନାହାନ୍ତି ଲୋକେ। ଯାହାଫଳରେ ଘଟିଯାଉଛି ଗୋଟିଏ ପରେ ଗୋଟିଏ ଅଘଟଣ । ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ଦୁଦୁରୁକୋଟ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିଦ୍ଯୁତ୍ ତାର ଲାଗି ଜଣେ ଯୁବକଙ୍କର  ହୋଇଥିବା ଜଣାପଡିଛି ।

ଶିକାରୀ ମାନେ ବାରହା ଶିକାର ପାଇଁ ବିଦ୍ଯୁତ୍ ତାର ପକାଇବାଥିବାବେଳେ ଉକ୍ତ ତାର ସଂସ୍ପର୍ଶରେ ଆସି ଗ୍ରାମର ସୁଶାନ୍ତ ସାମଲ(୨୭)ଙ୍କ ଜୀବନ ଯାଇଛି । ତେବେ ଏନେଇ ଖବର ପାଇବାପରେ ଘଟଣାସ୍ଥଳରେ ପୋଲିସ୍ ଏବଂ ବନ କର୍ମଚାରୀ ପହଁଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଛନ୍ତି ।

ସୂଚନା ଥାଉକି, କିଛି ଦିନ ତଳେ ବାରହା ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ଜଣେ ବନ କର୍ମଚାରୀ ଗୁରୁତର ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.