କୁରକୁରେ ଦେବାକୁ କହି ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ,ଯୁବକ ଗିରଫ

ନବରଙ୍ଗପୁର(କେନ୍ୟୁଜ) : ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାାନା ଅଞ୍ଚଳରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା । ଜଣେ ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ଗ୍ରାମର ଟୀକାଧର ଗୌଡ଼ (୨୦)।

ପୁଲିସ ସୂଚନା ଅନୁଯାୟୀ, ଗତକାଲି ଟୀକାଧର ଜଣେ ପାଞ୍ଚ ବର୍ଷୀର ଶିଶୁକନ୍ୟାକୁ କୁରକୁରେ କିଣିଦେବାର ପ୍ରଲୋଭନ ଦେଖାଇ ନିଜ ଘରକୁ ଡାକି ନେଇଥିଲା। ଘରେ ପାଞ୍ଚ ବର୍ଷର ଝିଅ ସହ ଅପ୍ରାକୃତ ଯୌନ କ୍ରିୟା କରି ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥଲା। ଏହାପରେ ଝିଅଟି ଘରକୁ ଆସି ସବୁକଥା ମା’ଙ୍କୁ ଜଣେଇଥିଲା।

ଶିଶୁକନ୍ୟାର ମା’ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଅଭିଯୁକ୍ତକୁ ପୁଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତର ଡାକ୍ତରୀମାଇନା ହୋଇଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କାରାଯିବ ବୋଲି ଥାନା ସୂତ୍ରରୁ ଜଣାଯାଇଛି ।

Leave A Reply

Your email address will not be published.