ମେଡିକାଲ ୫ମ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଢ଼େଙ୍କାନାଳ(କେନ୍ୟୁଜ) : ମେଡିକାଲ ଛାତରୁ ଡେଇଁ ଯୁବକ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏପରି ଅଘଟଣ। ଡାକ୍ତରଖାନାର ୫ମ ମହଲାରୁ ଡେଇଁ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କର ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ ହୋଇଛି।

ଆଜି ସକାଳେ ଯୁବକ ଜଣକ ନିଜ ଘରେ ହାତ ଓ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ପରେ ତାଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଚିକିତ୍ସା କରାଯାଉଥିବା ବେଳେ ଦିନ ୩ଟା ବେଳକୁ ସେ ଡାକ୍ତରଖାନାର ୫ମ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯୁବକ ଜଣକ ପର୍ଜଙ୍ଗ ବ୍ଲକ ଡମସାହିର ଚନ୍ଦନ ନାୟକ ବୋଲି କୁହାଯାଇଛି। ତେବେ ସେ ବାରମ୍ବାର କାହିଁକି ଆତ୍ମହତ୍ୟା କରିଛନ୍ତି ତାର କାରଣ ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.