ଘର ଛାତ ଉପରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଖୋର୍ଦ୍ଧା(କେନ୍ୟୁଜ୍): ଯୁବକଙ୍କୁ ନିର୍ମମ ହତ୍ୟା । ଘର ଛାତ ଉପରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମୋଟା ଗାଁରେ ଅଭାବନୀୟ ଘଟଣା । ମୃତକ ମୋଟା ଗାଁର ରଘୁନାଥ ମହାରଣା ।

ରଘୁନାଥ ନିଜ ଘର ଛାତ ଉପରେ ଶୋଇଥିବା ବେଳେ କେହି ଦୃର୍ବୁତ୍ତ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି । ତେବେ କିଏ ଓ କେଉଁ କାରଣରୁ ତାଙ୍କର ହତ୍ୟା କରିଛନ୍ତି, ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣାର ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.