ପଦ ହରାଇଲେ ଭଗବତୀ ଭତ୍ରା : ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ଜିଲ୍ଲା ଓ ଦୌରାଜଜ୍‌

nabarangpurନବରଙ୍ଗପୁର :  ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ଜିଲ୍ଲା ଓ ଦୌରାଜଜ୍‌ । ଫଳରେ ଅଧ୍ୟକ୍ଷା ଭଗବତୀ ଭତ୍ରାଙ୍କୁ ପଦ ହରାଇବାକୁ ପଡ଼ିଛି । ଏଥିପାଇଁ ନନ୍ଦାହାଣ୍ଡିର ଜିଲ୍ଲା ପରିଷଦ ସଭ୍ୟ କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ । ଗୋପନୀୟତା ରକ୍ଷା ନକରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ହୋଇଥିବା ସେ ଅଭିଯୋଗ କରିଥିଲେ । ଏହାର ଶୁଣାଣି କରି କୋର୍ଟ ଅଧ୍ୟକ୍ଷ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି । ନବରଙ୍ଗପୁରରେ ପୁଣିଥରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଆଦେଶ ଦିଆଯାଇଛି । ସେପଟେ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ପ୍ରତିପକ୍ଷ ଓକିଲ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.