Browsing Tag

Boudh

ବୌଦ୍ଧ: ମନମୁଣ୍ଡା ଥାନା ଏଏସ୍ଆଇ କୁମୁଦ ଭୋଇଙ୍କୁ ମରଣାନ୍ତକ ଆକ୍ରମଣ, ହସ୍ପିଟାଲରେ ଭର୍ତ୍ତି

ପୋଲିସ୍ ଏଏସ୍ଆଇଙ୍କୁ ମରଣାନ୍ତକ ଆକ୍ରମଣ । ବୌଦ୍ଧ ଜିଲ୍ଲା ଦପଲା ଗାଁରେ ହୋଇଥିବା ଏହି ଆକ୍ରମଣରେ ପୋଲିସ ଅଧିକାରୀ ଜଣକ ଗୁରୁତର ଆହତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଆକ୍ରମଣ ହୋଇଥିଲା । ଆଜି ସକାଳ ୭ଟା ବେଳେ ତାଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଅଧିକାରୀ ଜଣକ ହେଲେ…

ଗ୍ଲୋବାଲ ମଡେଲ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଟାଇଟଲ ଜିତିଲେ ସୁପ୍ରିୟା

ବୌଦ୍ଧ (କେନ୍ୟୁଜ୍): ସମଗ୍ର ଦେଶ ସମେତ ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ସୁପ୍ରିୟା ମିଶ୍ର । ପ୍ରବଳ ଇଚ୍ଛାଶକ୍ତି ଓ ଆଗ୍ରହ ଥିଲେ ମଣିଷକୁ ସଫଳତା ଆପେ ଆପେ ମିଳିଯାଏ । ଏଭଳି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ସୁପ୍ରିୟା । ବୌଦ୍ଧ ଜିଲ୍ଲା ମନମୁଣ୍ଡାର ଝିଅ ସୁପ୍ରୀୟା ମିଶ୍ର, ଏବେ ଏଭଳି…

ବୌଦ୍ଧ ଗସ୍ତରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ଉନ୍ନତିମୂଳକ କାର୍ଯ୍ୟର କଲେ ସମୀକ୍ଷା

ବୌଦ୍ଧ(କେନ୍ୟୁଜ) : ବୌଦ୍ଧ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ଥାନୀୟ ସର୍କିଟ ହାଉସ ଠାରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ NAC ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସହ ଆଲୋଚନା କରିଥିଲେ ।…

ଅଟୋକୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ଦୁଇ ଗୁରୁତର

ବୌଦ୍ଧ (କେନ୍ୟୁଜ): ଅଟୋକୁ ଧକ୍କା ଦେଇ ଫେରାର ମାରିଲା ଟ୍ରକ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ୫୭ ପୁରୁଣାକଟକ ନୂଆ ବସ୍‌ ଷ୍ଟାଣ୍ଡ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି । ଅଟୋରେ ବସିଥିବା ଜଣେ ଯାତ୍ରୀଙ୍କ…

ହସ୍ପିଟାଲ ଔଷଧ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ମେଡିସିନ ପୋଡ଼ି ପାଉଁଶ

ବୌଦ୍ଧ (କେନ୍ୟୁଜ) : ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଲକ୍ଷାଧିକ ଟଙ୍କାର ମେଡିସିନ ପୋଡ଼ି ନଷ୍ଟ ହୋଇଥିବା ସୂଚନା। ବହୁ ମୂଲ୍ୟବାନ ଇଞ୍ଜେକସନ, ମେଡିସିନ ଏସି, ଡିପ ଫ୍ରିଜର ସହିତ ବହୁ ବିଦ୍ୟୁତ୍…

ଗଞ୍ଜେଇ ଚାଷକୁ ସୁରକ୍ଷା ଦେବା ପାଇଁ କନେଷ୍ଟବଳ ନେଉଥିଲେ ୬ଲକ୍ଷ ଟଙ୍କା ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ

କଟକ(କେନ୍ୟୁଜ୍):ଭିଜିଲାନ୍ସ ଜାଲରେ କନେଷ୍ଟବଳ । ଟଙ୍କା ନେଇ ଯାଉଥିବାବେଳେ ଧରାପଡ଼ିଲେ ବୌଦ୍ଧ DVF କନେଷ୍ଟବଳ ହରିଶ୍ଚନ୍ଦ୍ର ସାହୁ । ୬ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ଧରିଲା ଭିଜିଲାନ୍ସ ଟିମ୍ । ମୋଟା ଅଙ୍କର ଟଙ୍କା କାରବାର ନେଇ ପୂର୍ବରୁ ସୂଚନା ପାଇଥିଲା ବୌଦ୍ଧ ଭିଜିଲାନ୍ସ । ପେଞ୍ଜାବଳି…

ବୌଦ୍ଧ: ବଜ୍ରପାତରେ ଜଣେ ମୃତ, ତିନି ଆହତ

କଣ୍ଟାମାଳ(କେନ୍ୟୁଜ୍):  ବଜ୍ରପାତରେ ଜଣେ ମୃତ ତିନି ଆହତ । ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲି ପଂଚାୟତ ଅନ୍ତର୍ଗତ ପିଙ୍ଗଳବେଡା ସୁରସନାଲି ନିକଟରେ ବଜ୍ରପାତରେ ଜଣେ ମୃତ ତିନି ଆହତ ହୋଇଛନ୍ତି । ମୃତକ ହେଲେ ବଲାକିରା ଗ୍ରାମର ତରୁଣ ମହାକୁଳ ,ଆହତ ତିନିଜଣ ହେଲେ ଜଣେ ବଲକିରା ଗ୍ରାମର କରଣ ପ୍ରଧାନ…

ପାଠ ପଢ଼ିବା ପାଇଁ ଅଣ୍ଟେ ଅଣ୍ଟେ ପାଣି ପାର କରୁଛନ୍ତି କୁନି କୁନି ପିଲା, କିନ୍ତୁ ସୁଧୁରୁନି ସମସ୍ୟା

ଘୋ ଘୋ ରାଣୀ ଅଣ୍ଟେ ଅଣ୍ଟେ ପାଣି । କୁନି କୁନି ପିଲାମାନେ ଏହି ଖେଳ ଖେଳୁଥିବା ତ ଆପଣମାନେ ଜାଣିଥିବେ । ଏ ଖେଳ ହୁଏତ ବହୁତ ପୁରୁଣା ହୋଇ ଗଲାଣି । କିନ୍ତୁ ଏଭଳି କିଛି ବାସ୍ତବ ଘଟଣା ସାମ୍ନାକୁ ଆସିଛି । ନାଳ ସାଜିଛି ସମସ୍ତଙ୍କ ପାଇଁ କାଳ । କି ଖରା କି ବର୍ଷା ସବୁଦିନେ ନାଳ ହିଁ ସମସ୍ତଙ୍କ…

ମହାନଦୀ ଗର୍ଭରୁ ମିଳୁଛି ବହୁ ମାତ୍ରାରେ ହୀରା ଓ ରତ୍ନପଥର

ମହାନଦୀରେ ଅଛି ରତ୍ନପଥର । କଣ ଦର୍ଶକବଂଧୁ କଥା ଟା ଆପଣଙ୍କୁ ମିଛ ଲାଗୁଛି କି ? ତାହେଲେ ଆମର ଏହି ଭିଜୁଆଲ ଉପରେ ଟିକେ ନଜର ପକାନ୍ତୁ ।ଏସବୁ ମୂଲ୍ୟବାନ ରତ୍ନପଥର ମହାନଦୀରରେ ରହିଥିବାର ପ୍ରମାଣ ମିଳିଛି । ନଦୀ ପାଖ ଅଂଚଳ ବାସୀ ପ୍ରତିଦିନ ଏଠାକୁ ଆସି ନଦୀରେ ଥିବା ବାଲିରୁ ଗୋଟି ଗୋଟି କରି…

ଗାଁ ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟାର କାରଣ ଅସ୍ପଷ୍ଟ

ବୌଦ୍ଧ  (କେନ୍ୟୁଜ୍) : ଯୁବକଙ୍କୁ ମାରି ଗାଁ ଦାଣ୍ଡରେ ଫିଙ୍ଗିଦେଲେ । ବୌଦ୍ଧ ହରଭଙ୍ଗା ବ୍ଲକ୍ ତାକୁଡ ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛେଳି ଲେଣ୍ଡି ଗାଁର ରମେଶ ବାରିକ । ତେବେ କିଏ ଓ କାହିଁକି ରମେଶଙ୍କୁ ହତ୍ୟା କଲା ସେନେଇ କାରଣ ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ…

ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

ବୌଦ୍ଧ (କେନ୍ୟୁଜ): ଜଙ୍ଗଲରୁ ମୃତଦେହ ଉଦ୍ଧାର । ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ । ବୌଦ୍ଧ ଜିଲ୍ଲା ମନମୁଣ୍ଡା କୁମରକାନୀ ଖଲିଆମୁଣ୍ଡା ନାଳ ନିକଟ ଜଙ୍ଗଲରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର। ତାଙ୍କୁ ହତ୍ୟା କରି କେହି ଜଙ୍ଗଲରେ ଫିଙ୍ଗି ଦେଇଛି। ଗ୍ରାମବାସୀ ମୃତଦେହ ଦେଖିବା ପରେ…

ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ, ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ

ବୌଦ୍ଧ (କେନ୍ୟୁଜ): ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ । ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ନିଲମ୍ବନ କଲେ ପୋଲିସ୍ ଡିଜି । ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍‌ । ଗତ ଜୁଲାଇ ୨୦ରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ…