Browsing Tag

landslide

କଙ୍ଗୋରେ ପ୍ରକୃତିର ତାଣ୍ଡବ, ଭୂସ୍ଖଳନ ଯୋଗୁ ୧୫ ଜଣଙ୍କ ମୃତ୍ୟୁ; ୬୦ ନିଖୋଜ

କଙ୍ଗୋରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଦକ୍ଷିଣ-ପଶ୍ଚିମ କଙ୍ଗୋରେ ପ୍ରବଳ ବର୍ଷା ପରେ ପରିସ୍ଥିତି ଆହୁରି ବିଗିଡି ଯାଇଛି । ବର୍ଷା ଯୋଗୁ ଏଠାରେ ଭୂସ୍ଖଳନ ହୋଇ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ପାଖାପାଖି ୬୦ ଜଣ ଲୋକ ଏଥିରେ ନିଖୋଜ ଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।…

ହୋଲି ପୂର୍ବରୁ ଅଘଟଣ: ଝରଣାରେ ଗାଧୋଉଥିବା ବେଳେ ଧସିଲା ପାହାଡ, ୨ ମୃତ ୭ ଆହତ

ହିମାଚଳ ପ୍ରଦେଶର ଉନ୍ନାର ହୋଲା ମୋହଲ୍ଲାରେ ହୋଲି ମହୋତ୍ସବ ଚାଲିଥିବା ବେଳେ ଭୂସ୍ଖଳନ ଘଟିବାରୁ ୨ ଜଣଙ୍କ ଜୀବନ ଚାଲିଯାଇଛି । ଏହା ବ୍ୟତୀତ ଅନ୍ୟ ୭ଜଣ ଗୁରୁତର ହୋଇଛନ୍ତି । ସୋମବାର ଉନ୍ନା ଜିଲ୍ଲା ଉପମଣ୍ଡଳ ଅମ୍ବ ଅଞ୍ଚଳରେ ହୋଲିକୁ ନେଇ ସମସ୍ତେ ଖୁସି ଥିବା ବେଳେ ସକାଳ ସମୟରେ ହଠାତ୍ ଏଠାରେ…

ସୁମାତ୍ରା ଦ୍ୱୀପରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ, ଆଶ୍ରୟସ୍ଥଳୀ ଗଲେ ୮୦,୦୦୦ରୁ ଅଧିକ ଲୋକ

ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ପ୍ରବଳ ବର୍ଷା ପରେ ହଠାତ୍ ବନ୍ୟା ଓ ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଥିରେ ଅତି କମରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଲୋକ ନିଖୋଜ ଅଛନ୍ତି । ନିଖୋଜ ଲୋକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।…

ଇଣ୍ଡୋନେସିଆରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ୧୯ ମୃତ, ଅନେକ ନିଖୋଜ

ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ମୂଷଳଧାରା ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ହୋଇଛି । ଫଳରେ ୧୯ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନେକ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଥିବା ବେଳେ…

ମାଟି ଅତଡ଼ା ଧସି ଜଣେ ମୃତ

କୁଚିଣ୍ଡା : କୁଚିଣ୍ଡାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମାଟି ଅତଡ଼ା ଧସିବାରୁ ଚାପି ହୋଇ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମହୁଲପାଲି ଥାନା ଅଂଚଳର ଘଟଣା । ବାଲି ଘାଟରୁ ବାଲି ଉଠାଉଥିବା ବେଳେ ଧସିଲା ମାଟି ଅତଡା। ମୃତକ ହେଲେ ମହୁଲପାଲି ଗ୍ରାମର ଅନାମ ରୋହିଦାସ।

ଉଟିରେ ନୂଆ ଘର ତିଆରି ବେଳେ ଭୂସ୍ଖଳନ, ୬ ମହିଳାଙ୍କ ସମେତ ୭ ଶ୍ରମିକ ମୃତ

ତାମିଲନାଡ଼ୁର ଉଟିରେ ଏକ ନୂଆ ଘର ତିଆରି ବେଳେ ଭୂସ୍ଖଳନ ହୋଇ ୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିରେ ଗୁରୁତର ଆହତ ୨ ଶ୍ରମିକଙ୍କୁ ଉଟି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଟି ନିକଟସ୍ଥ ଲଭ୍‌ଡେଲରେ ବୁଧବାର ଏହି ଘଟଣା ଘଟିଛି । ପୋଲିସ ମୁତାବକ, ମାଟି ଅତଡ଼ା ଭିତରେ ଏବେ ବି ଜଣେ…

ଚୀନର ୟୁନାନରେ ଭୂସ୍ଖଳନ; ୮ ଜଣଙ୍କ ମୃତ୍ୟୁ, ନିଖୋଜ ୩୮

ଦକ୍ଷିଣ-ପଶ୍ଚିମ ଚୀନର ପାର୍ବତ୍ୟାଞ୍ଚଳ ୟୁନାନ ପ୍ରଦେଶରେ ସୋମବାର ଭୂସ୍ଖଳନ ଘଟିଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ନିଖୋଜ ଅଛନ୍ତି । ସୂଚନା ମୁତାବକ, ଏହି ଭୂସ୍ଖଳନ ବେଜିଂର ସ୍ଥାନୀୟ ସମୟ ଅନୁସାରେ, ସକାଳ ୫ଟା ୫୧ ମିନିଟ୍‌ରେ ଝାଓତୋଙ୍ଗ ସହରର ଲିୟାଙ୍ଗଶୁଇରେ ହୋଇଛି ।…

ଲଗାଣ ବର୍ଷାରେ ସ୍ଥିତି ବେହାଲ: ଧସିଲା ପାହାଡ଼, ରାସ୍ତା ଅବରୋଧ

ଗଜପତି (କେନ୍ୟୁଜ): ଲଗାଣ ବର୍ଷାରେ ଧସିଲା ପାହାଡ଼। ଗଜପତିରେ ଲଗାଣ ବର୍ଷା ଯୋଗୁଁ ପାହାଡ ଧସି ରାସ୍ତା ଅବରୋଧ ହୋଇଛି। ଗତକାଲି ଗୁମ୍ମା ବ୍ଲକ ଦେବଗିର ପାହାଡ଼ ଧସିଯାଇ ରାସ୍ତା ଅବରୋଧ ହୋଇଛି। ଫଳରେ କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ପାହାଡରୁ ବଡ଼…

ଦମ୍ପତିଙ୍କ ପାଇଁ ଶେଷ ହୋଇଗଲା ଶ୍ରାବଣ ସୋମବାରରେ ମହାଦେବଙ୍କ ଦର୍ଶନ, ମାଟିତଳେ ଚାଲିଗଲା ସ୍ବାମୀ ସ୍ତ୍ରୀଙ୍କ ଜୀବନ

ସେଦିନ ଥିଲା ଶ୍ରାବଣ ସୋମବାର । ମନ୍ଦିରକୁ ଛୁଟୁଥିଲା ଶ୍ରଦ୍ଧାଳୁଙ୍କ ଭିଡ । ହିମାଚଳପ୍ରଦେଶ ସିମଲା ସମରହିଲରେ ଥିବା ୨୦୦ ବର୍ଷ ପୁରୁଣା ଶିବ ମନ୍ଦିରକୁ ପୂଜା ପାଇଁ ଗଲେ ପ୍ରଫେସର ମାନସୀ ବର୍ମା । ସାଙ୍ଗରେ ଥିଲେ ଓକିଲ ସ୍ୱାମୀ ହରିଶ ବର୍ମା । ଘରେ ଥିଲା ୧୨ ବର୍ଷର ଝିଅ ଶୀତଲ । ଝିଅ ଶୀତଲ…

ମାଟିରେ ମିଶିଲା ପୋଲିସ କର୍ମୀଙ୍କ ସ୍ୱପ୍ନର ଘର, ଗ୍ରହଣ କଲେନାହିଁ ୫,୦୦୦ ଟଙ୍କାର ସହାୟତା ରାଶି

ହିମାଚଳରେ ପ୍ରବଳ ବର୍ଷା ଯୋଗୁ ଲଗାତାର ଭୂସ୍ଖଳନ ଘଟଣା ଘଟୁଛି। ଏ ପର୍ଯ୍ୟନ୍ତ ପ୍ରାୟ ୭୧ ଜଣଙ୍କର ଏଥିରେ ମୃତ୍ୟୁ ଘଟି ସାରିଲାଣି। ଏବେ ଏକ ରିପୋର୍ଟରୁ ଜଣାପଡ଼ିଛି, ଅଗଷ୍ଟ ୧୪ ତାରିଖ ସକାଳେ ହିମାଚଳ ପ୍ରଦେଶରେ ହୋଇଥିବା ଭୂସ୍ଖଳନରେ ଜଣେ ପୋଲିସ କର୍ମୀଙ୍କ ୧ କୋଟିର ଘର ଭୁଶୁଡ଼ି ପଡ଼ିଛି।…

ମିଆଁମାର୍‌ର ଜାଡେ ଖଣିରେ ବଡ଼ ଭୂସ୍ଖଳନ; ୨୫ ମୃତ, ୧୪ ନିଖୋଜ, ଚାଲିଛି ଉଦ୍ଧାର କାର୍ଯ୍ୟ

ମିଆଁମାର୍‌ର ଏକ ଜାଡେ ଖଣିରେ ବଡ଼ ଭୂସ୍ଖଳନ ହୋଇଛି। ଏହି ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ନିଖୋଜ ଅଛନ୍ତି। ଜରୁରୀକାଳୀନ ସେବାର ଅଧିକାରୀମାନେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ନିଖୋଜ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।…

ସିମଲା ଶିବ ମନ୍ଦିରରେ ଭୂସ୍ଖଳନ, ୫୦ରୁ ଅଧିକ ଲୋକ ଦବିଥିବା ସୂଚନା

ହିମାଚଳ ପ୍ରଦେଶ ସିମଲାରେ ଭୂସ୍ଖଳନ । ଏଠାରେ ଥିବା ଶିବ ମନ୍ଦିରରେ ଭୂସ୍ଖଳନ ଯୋଗୁଁ ୫୦ ଲୋକ ତଳେ ଦବିଥିବା ଅନୁମାନ କରାଯାଉଛି । ସକାଳ ୭ ଟା ସମୟରେ ଏଭଳି ଘଟଣା ଘଟିଛି । ଖବର ମୁତାବକ, ହମାଚଳ ସିମଲାରେ ଥିବା ଶିବ ମନ୍ଦିରକୁ ସୋମବାର ଯୋଗୁଁ ଲୋକଙ୍କ ଭିଡ଼ ରହିଥିଲା । ଆଉ ଏହି ସମୟରେ…