Browsing Tag

punjab

ପଞ୍ଜାବରେ ମର୍ମନ୍ତୁଦ ଦୁର୍ଘଟଣା: ଦୁଇ କାର ମୁହାଁମୁହିଁ ଧକ୍କା, ଜୀବନ୍ତ ଜଳିଗଲେ ଏସିପି ଏବଂ ଗନମ୍ୟାନ

ପଞ୍ଜାବର ସମରାଲା ତହସିଲ ଅନ୍ତର୍ଗତ ଗାଁ ଦିୟାଲପୁରା ପାଖରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଫଚ୍ୟୁନର କାର ଏବଂ ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବାରୁ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଯୋଗୁଁ ଜଣେ ଏସିପି ଏବଂ ଗନମ୍ୟାନଙ୍କ ମୃତ୍ୟୁ ହୋଇଛି । ଜଣେ ଡ୍ରାଇଭର ପୋଲିସ କର୍ମଚାରୀ ଗୁରୁତର…

ପଞ୍ଜାବରେ ଏକା ଲଢିବ ବିଜେପି, ଶିରୋମଣି ଅକାଳି ଦଳ ସହିତ ହେବ ନାହିଁ ମେଣ୍ଟ

ପଞ୍ଜାବରେ ବିଜେପି ଏକାକୀ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବ । ଶିରୋମଣି ଅକାଳି ଦଳ (SAD) ସହିତ ମେଣ୍ଟ କରିବ ନାହିଁ ବିଜେପି। ପଞ୍ଜାବ ବିଜେପି ସଭାପତି ସୁନୀଲ ଜାଖଡ଼ ଏହି ଘୋଷଣା କରିଛନ୍ତି । ଏବେ ରାଜ୍ୟରେ ଅକାଳି ଏବଂ ବିଜେପି ଗଠବନ୍ଧନ ହେବ ନାହିଁ ବୋଲି ସେ କହିଛନ୍ତି । ଏଥର ଲୋକସଭା…

ପୋଲିସ କନଷ୍ଟେବଳ ପଦବୀ ପାଇଁ ବମ୍ପର ଭର୍ତ୍ତି, ୧୨ଶ ପାସ୍‌ କରିଥିବା ପ୍ରାର୍ଥୀ କରନ୍ତୁ ଆବେଦନ

ପୋଲିସ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ୧୨ଶ ପାସ୍‌ କରିଥିବା ଯୁବପିଢି ପୋଲିସ କନଷ୍ଟେବଳ ପଦବୀ ପାଇଁ ଆବେଦନ ତୁରନ୍ତ କରନ୍ତୁ । ପଞ୍ଜାବ ପୋଲିସରେ ୧୭୦୦ରୁ ଅଧିକ କନଷ୍ଟେବଳ ପଦବୀ ଖାଲିପଡିଛି । ଏଥିପାଇଁ ପ୍ରାର୍ଥୀ ଅଫିସିଆଲ ସାଇଟ punjabpolice.gov.in କୁ ଯାଇ ଆବେଦନ…

ପଞ୍ଜାବରେ ଏକାକୀ ଲଢ଼ିବ ଆପ୍‌, ପ୍ରଥମ ପ୍ରାର୍ଥୀ ତାଲିକାରେ ରହିଛି ୫ ମନ୍ତ୍ରୀଙ୍କ ନାମ

ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଗୁରୁବାର ପଞ୍ଜାବରେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ପ୍ରଥମ ତାଲିକାରେ ଆପ୍‌ ୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳ ପ୍ରଥମ ତାଲିକାରେ ଯେଉଁ ପ୍ରାର୍ଥୀମାନଙ୍କୁ ଟିକେଟ୍ ଦେଇଛି, ସେମାନଙ୍କ ମଧ୍ୟରେ ପଞ୍ଜାବର ବର୍ତ୍ତମାନର…

ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି ନେତା ଗୁର୍‌ପ୍ରୀତ ସିଂଙ୍କୁ ଗୁଳି କରି ହତ୍ୟା

ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା । ଏଠାରେ ତରନତାରନରେ ଆପ୍‌ର ଜଣେ କାର୍ଯ୍ୟକର୍ତ୍ତା ଗୁରପ୍ରୀତ ସିଂ ଗୋପିଙ୍କୁ ଦିନ ଦ୍ୱିପ୍ରହରରେ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ଗୋଇନ୍ଦଓ୍ଵାଲ ସାହେବ ରେଳ କ୍ରସିଂଠାରେ ଏହି ହତ୍ୟାକାଣ୍ଡ ଘଟିଛି । ଗୁରପ୍ରୀତ ଗୋପି…

ସିଦ୍ଧୁ ମୁସେଓ୍ଵାଲାଙ୍କ ଘରକୁ ଆସିବ କୁନି ଅତିଥି, ଖୁସି ଖବର ଦେବେ ସିଦ୍ଧୁଙ୍କ ମା’

ପଞ୍ଜାବର ଦିବଙ୍ଗତ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କ ମା’ ପୁଣି ଥରେ ମା’ ହେବାକୁ ଯାଉଛନ୍ତି । ସିଦ୍ଧୁଙ୍କ ମା’ ଚରଣ କୌର ଗର୍ଭବତୀ ଥିବା ଖବର ମିଳିଛି । ରିପୋର୍ଟ ଅନୁସାରେ ଚରଣ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି । ସିଦ୍ଧୁ ମୁସେଓ୍ଵାଲା ବାପା ମା’ଙ୍କ ଏକମାତ୍ର ସନ୍ତାନ ଥିଲେ ।…

ଜିମ୍‌ରେ DSPଙ୍କୁ ଆସିଲା ହାର୍ଟ ଆଟାକ୍‌, ହସ୍ପିଟାଲରେ ମୃତ୍ୟୁ; ଚାଷୀ ଆନ୍ଦୋଳନରେ କରୁଥିଲେ ନାଇଟ୍‌ ଡ୍ୟୁଟି

ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିବା ବେଳେ ପଞ୍ଜାବ ପୋଲିସର ଜଣେ ଡିଏସ୍‌ପିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ଚାଷୀ ଆନ୍ଦୋଳନରେ ଖାନୋରି ସୀମାରେ ତାଙ୍କର ନାଇଟ୍‌ ଡ୍ୟୁଟି ଚାଲିଥିଲା । ମୃତ ଡିଏସ୍‌ପିଙ୍କ ନାମ ଦିଲପ୍ରୀତ୍‌ ସିଂ । ସେ ମଲେରକେଟଲାରେ ଡିଏସ୍‌ପି ରୂପେ କାର୍ଯ୍ୟରତ ଥିଲେ ।…

କୃଷକ ଆନ୍ଦୋଳନ : ପଞ୍ଚକୁଲାରେ ୧୪୪ ଧାରା ଲାଗୁ, ଆନ୍ଦୋଳନକୁ ରୋକିବାକୁ କ୍ରେନ, ପଥର, ଟାୟାର କିଲର ଏବଂ ରାସ୍ତାର କଣ୍ଟା…

କୃଷକ ଆନ୍ଦୋଳନକୁ ନେଇ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି । ଗୋଟେ ପଟେ ହରିୟାଣା ସରକାର ରାଜ୍ୟର ୭ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି । ସେପଟେ ଚଣ୍ଡୀଗଡର ପଞ୍ଚକୁଲାରେ ୧୪୪ ଧାରା ଲାଗୁ କରାଯାଇଛି । ପଞ୍ଚକୁଲା ଡିସିପି ସୁମେର ସିଂ ପ୍ରତାପଙ୍କ କହିବାନୁସାରେ, ଚାଲିକି,…

INDIA ମେଣ୍ଟକୁ ପୁଣି ଝଟ୍‌କା ! ଅରବିନ୍ଦ କେଜ୍ରିଓ୍ଵାଲ ପଞ୍ଜାବର ସମସ୍ତ ଆସନରେ ପ୍ରାର୍ଥୀ ଛିଡ଼ା କରିବାକୁ କଲେ ଘୋଷଣା

ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି ଇଣ୍ଡିଆ ମେଣ୍ଟଠାରୁ ଅଲଗା ହୋଇ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ମଧ୍ୟ ଏହି ଅଟକଳ ଉପରେ ମୋହର ମାରିଛନ୍ତି । ରାଜ୍ୟ ଗସ୍ତ ସମୟରେ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ ପଞ୍ଜାବର ୧୩ ଏବଂ ଚଣ୍ଡୀଗଡ଼ର ଗୋଟିଏ…

କେନାଲରେ ଖସି ପଡ଼ିଲା ଗାଡ଼ି, ଭାସିଗଲା ଶହ ଶହ ଗ୍ୟାସ ସିଲିଣ୍ଡର

ପଞ୍ଜାବ ପଟିଆଲାରେ ହୋଇଛି ବଡ଼ ଦୁର୍ଘଟଣା । ଡ୍ରାଇଭର ସହିତ ଗ୍ୟାସ ସିଲିଣ୍ଡରରେ ଭର୍ତ୍ତି ଥିବା ଏକ ପିକଅପ୍ ଗାଡି କେନାଲରେ ପଡିଯାଇଥିବା ଦେଖିବାକୁ ମିଳିଛି । ଜଳର ପ୍ରବାହ ଅଧିକ ଥିବାରୁ ଡ୍ରାଇଭର ଜଣଙ୍କ ପାଣିରେ ଭାସି ଯାଇଛନ୍ତି । ଉଦ୍ଧାରକାରୀ ଦଳ ବର୍ତ୍ତମାନ କେନାଲରେ ଖୋଜାଖୋଜି ଜାରି…

ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ, ବ୍ୟକ୍ତିଗତ କାରଣ ଦର୍ଶାଇଲେ

ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପଛରେ ବ୍ୟକ୍ତିଗତ କାରଣ ବୋଲି ଜଣାପଡିଛି । ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ବ୍ୟକ୍ତିଗତ କାରଣ ଏବଂ ଅନ୍ୟ ପ୍ରତିବନ୍ଧତା ଯୋଗୁଁ ପଞ୍ଜାବ ରାଜ୍ୟପାଳ ପଦରୁ ଇସ୍ତଫା ଦେଉଛି ।…

କୁହୁଡି ଯୋଗୁଁ ଟ୍ରକ ଓ ବସ୍‌ ମୁହାଁମୁହିଁ ଧକ୍କା: ୩ ପୋଲିସ କର୍ମୀ ମୃତ, ୧୩ ଆହତ

ପଞ୍ଜାବର ହୋଶିୟାରପୁର ଜିଲ୍ଲାରେ କୁହୁଡି ଯୋଗୁଁ ବସ୍‌ ଏବଂ ଟ୍ରକ ପରସ୍ପର ସହିତ ଧକ୍କା ହୋଇଛି । ଫଳରେ ଦୁର୍ଘଟଣାରେ ତିନି ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଅନ୍ୟ ଲୋକ ଆହତ ହୋଇଛନ୍ତି । ପୋଲିସ କହିବା ମୁତାବକ, ଜଳନ୍ଧର ସ୍ଥିତ ପଞ୍ଜାବ ସଶସ୍ତ୍ର ପୋଲିସ ସଂସ୍ଥାରୁ ୩୦ ଜଣ…