ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍: ଜଣେ ମୃତ, ୨ ଗୁରୁତର
ବରଗଡ(କେନ୍ୟୁଜ): ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍ । ଜଣେ ମୃତ, ୨ ଗୁରୁତର । ବରଗଡ ଜିଲ୍ଲା ଲରମ୍ଭା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସମସ୍ତ ଛାତ୍ରୀ କାଦୋବାହାଲ କଲେଜର । ମୃତକ ହେଲେ ଅନୁପମା ମଲ୍ଲିକ । ଆହତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।