Airtel ଗ୍ରାହକ ମିନିଟରେ କରନ୍ତୁ 5G ନେଟଓ୍ଵର୍କକୁ ଆକ୍ଟିଭ୍‌, ମିଳିବ ରକେଟ ଭଳି ଇଣ୍ଟରନେଟ ସ୍ପିଡ୍‌

ବାଜି ମାରିନେଲା ଏୟାରଟେଲ। ଦେଶରେ ୫ଜି ସର୍ଭିସ ଆରମ୍ଭ କରିବାର ପ୍ରଥମ କମ୍ପାନୀ ବନିଗଲା ଏୟାରଟେଲ। ଏବେ ଏୟାରଟେଲ ଗ୍ରାହକ ନିଜ ସ୍ମାର୍ଟଫୋନରେ ୫ଜି ସ୍ପିଡରେ ଇଣ୍ଟରନେଟ ଏବଂ ବଢ଼ିଆ ଅଡିଓ କ୍ୱାଲିଟୀର ଲାଭ ପାଇପାରିବେ। ବହୁତ ଲୋକ ଭାବୁଛନ୍ତି ଯେ ଏହି ୫ଜି ସ୍ପିଡ୍‌ ଇଣ୍ଟରନେଟ୍‌ ମୋବାଇଲରେ ଚାଲିବ କେମିତି? ଏଥିପାଇଁ କଣ କରିବାକୁ ହେବ? ତେବେ ଯଦି ଆପଣ ବି ଏମିତି ଭାବୁଛନ୍ତି ଯେ କେମିତି ହେବ, ତାହେଲେ ଆମ ପାଖରେ ଅଛି ଏହାର ସମାଧାନ।

Airtel 5G ସର୍ଭିସେଜକୁ ୮ଟି ସହରରେ ଆରମ୍ଭ କରିବ, ଯେଉଁଥିରେ ଦିଲ୍ଲୀ, ବାରଣାସୀ, ନାଗପୁର, ବେଙ୍ଗାଲୁରୁ, ହାଇଦ୍ରାବାଦ୍‌, ମୁମ୍ବାଇ, ଚେନ୍ନାଇ ଏବଂ ସିଲିଗୁଡି ଆଦି ସାମିଲ ରହିଛି। ଏହି ସହରରେ ଏୟାରଟେଲ ଗ୍ରାହକ ଧମାକେଦାର ଇଣ୍ଟରନେଟ ସ୍ପିଡ ଏବଂ ଭଲ ଅଡିଓ ସହିତ କଲିଙ୍ଗର ଲାଭ ଉଠାଇପାରିବେ। ଆସନ୍ତୁ ଜାଣିବା କେମିତି ନିଜ ଫୋନରେ ୫ଜି ସର୍ଭିସକୁ ଆକ୍ଟିଭେଟ କରିବେ।

airtel 5gଯଦି ଆପଣ ନିଜ ୪ଜି ଏୟାରଟେଲ ସିମ କାର୍ଡରେ ୫ଜି ନେଟଓ୍ଵର୍କ ଆକ୍ଟିଭେଟ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଏଥିପାଇଁ କିଛି କଷ୍ଟ କରିବାକୁ ପଡିବନାହିଁ। କାହିଁକିନା ଆଜି ଆମେ ଆପଣଙ୍କୁ ଏହାର ସଠିକ ତରିକା ବତାଇବୁ। ୫ଜି ସର୍ଭିସ ଆକ୍ଟିଭେଟ କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ନିଜ ସ୍ମାର୍ଟଫୋନର ସେଟିଙ୍ଗକୁ ଯିବାକୁ ପଡିବ।

ଏବେ ଆପଣଙ୍କୁ ମୋବାଇଲ ନେଟଓ୍ଵର୍କ ଅପ୍ସନ ଉପରେ କ୍ଲିକ କରିବାକୁ ହେବ। ଏଠାରେ ଆପଣଙ୍କୁ ନେଟଓ୍ଵର୍କ ଅପ୍ସନ ମିଳିବ, ଯେଉଁଥିରେ ଆପଣଙ୍କୁ ୫ଜି ନେଟଓ୍ଵର୍କକୁ ସେଟ୍‌ କରିବାକୁ ହେବ। ଥରେ ଆପଣ ୫ଜି ନେଟଓ୍ଵର୍କକୁ ସିଲେକ୍ଟ କରିବେ ତ ଆପଣଙ୍କୁ ସ୍କ୍ରୀନର ଟପରେ ନେଟଓ୍ଵର୍କ ସାଇଡରେ ୫ଜି ଲୋଗୋ ଦେଖିବାକୁ ଲାଗିବ। ଯାହାପରେ ଆପଣ ବୁଝିଯିବେ ଯେ ଆପଣଙ୍କ ସ୍ମାର୍ଟଫୋନରେ ୫ଜି ନେଟଓ୍ଵର୍କ ଆକ୍ଟିଭେଟ୍‌ ହୋଇସାରିଛି।

ଯେଉଁ ଜାଗାରେ ଆପଣ ଅଛନ୍ତି ସେଠାରେ ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ୫ଜି କନେକ୍ଟିଭିଟୀ ଅଫର କରାଯାଇସାରିଥିବ ତାହେଲେ ଆପଣ ୫ଜି ଇଣ୍ଟରନେଟ ଏବଂ ଅଡିଓ କଲ୍ସର ଲାଭ ନେଇପାରିବେ। ଏହି ପ୍ରକ୍ରୀୟା ବହୁତ ସହଜ ଏବଂ ଏଥିରେ ଆପଣଙ୍କୁ ଅଧିକ କଛି ଟେନସନ୍‌ ନେବାକୁ ପଡିବନି। ଭାରତୀୟ ସ୍ମାର୍ଟଫୋନ୍‌ ଗ୍ରାହକଙ୍କ ପାଇଁ ୫ଜି ସର୍ଭିସ ଆରମ୍ଭ କରିଦେଇଛି ଏବଂ ଏହାର ଫାଇଦା ଧିରେ ଧିରେ ସମସ୍ତ ଗ୍ରାହକଙ୍କୁ ମିଳିବାକୁ ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.