Amazon ଓ Flipkart ସେଲ୍‌ରେ ଜବରଦସ୍ତ ଅଫର୍‌; ମାତ୍ର ୧୦ ହଜାରରେ କିଣନ୍ତୁ ୨୦ ହଜାର ଟଙ୍କିଆ ସ୍ମାର୍ଟଫୋନ୍‌!

Amazon ଓ Flipkart ସେଲ୍‌ ବହୁତ ଜଲ୍‌ଦି ଆରମ୍ଭ ହେବାକୁ ଯାଉଛି। ଏହି ସେଲ୍‌ରେ ମୋବାଇଲ ଫୋନ, ଲାପ୍‌ଟପ, ସ୍ମାର୍ଟ ଟିଭି ଏବଂ ଅନ୍ୟାନ୍ୟ ଆଇଟମ୍‌ଗୁଡ଼ିକୁ ବମ୍ପର ରିହାତି ସହିତ ବିକ୍ରି କରାଯିବ। ବର୍ଷକୁ ଏମିତି ସେଲ୍‌ ଗୋଟିଏ ଥର ହିଁ ଆସିଥାଏ। ଏହି କାରଣରୁ ଅଧିକାଂଶ ଲୋକେ ଏହାକୁ ଅପେକ୍ଷା କରି ରହି ଥାଆନ୍ତି। ଏଥିରେ ଆପଣ ଅଧା ଦାମ୍‌ରେ ନୂଆ ମୋବାଇଲ ଫୋନ୍‌ କିଣି ପାରିବେ।

Amazon Great Indian Festival Sale ଏବଂ Flipkart Big Billion Days Sale ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବାକୁ ଯାଉଛି। ଏହି ସେଲ୍‌ରେ ଅଧିକାଂଶ ପ୍ରଡକ୍ଟକୁ ଏ ପର୍ଯ୍ୟନ୍ତର ସବୁଠାରୁ କମ୍‌ ଦାମ୍‌ରେ ବିକ୍ରି କରାଯିବ। ସେଲ୍‌ ସମୟରେ ମୋବାଇଲ ଫୋନ ଉପରେ ଜବରଦସ୍ତ ରିହାତି ଦିଆଯିବ। Amazon Great Indian Festival Sale ଏବଂ Flipkart Big Billion Days Saleରେ ଅନେକ ଫୋନକୁ ୫୦ ପ୍ରତିଶତରୁ ଅଧିକ ଡିସ୍‌କାଉଣ୍ଟ ସହିତ ବିକ୍ରି କରାଯିବ। ଏଠି ଆମେ ଆପଣଙ୍କୁ ସେହି ସ୍ମାର୍ଟଫୋନର ତାଲିକା ବିଷୟରେ କହିବୁ, ଯାହାକୁ ଆପଣ ଅଧା ଦାମ୍‌ରେ ସେଲ୍‌ ସମୟରେ କିଣି ପାରିବେ।

Amazon Great Indian Festival Sale ଏବଂ Flipkart Big Billion Days Saleରେ ଏହି ଫୋନ୍‌ଗୁଡ଼ିକୁ ବ୍ୟାଙ୍କ୍‌ ଅଫର ଏବଂ ଅପ୍‌ଫ୍ରଣ୍ଟ ଡିସ୍‌କାଉଣ୍ଟ ସହିତ କମ୍‌ ଦାମ୍‌ରେ କିଣାଯାଇ ପାରିବ। ଏହି ତାଲିକାରେ Samsungରୁ ନେଇ Oppo ପର୍ଯ୍ୟନ୍ତ ସ୍ମାର୍ଟଫୋନ ସାମିଲ ଅଛି।

Samsung F23 5G:

Samsung F23 5Gକୁ Flipkart Big Billion Days Sale ସମୟରେ ବହୁତ ଶସ୍ତା ଦାମ୍‌ରେ ବିକ୍ରି କରାଯିବ। ଏହି ଫୋନ ଉପରେ ୫୦ ପ୍ରତିଶତରୁ ଅଧିକ ଡିସ୍‌କାଉଣ୍ଟ ଦିଆଯିବ। ଏହାର ଲିଷ୍ଟିଙ୍ଗ୍‌ ପ୍ରାଇଜ୍‌ ୨୨,୯୯୯ ଟଙ୍କା ରହିଛି। ଯେତେବେଳେ କି, ସେଲ୍‌ ସମୟରେ ଆପଣ ଏହାକୁ ୧୦,୯୯୯ ଟଙ୍କାରେ କିଣି ପାରିବେ।

iQOO Z6 Pro 5G:

Amazon Great Indian Festival Saleରେ iQOOର ଫୋନ୍‌ଗୁଡ଼ିକୁ ମଧ୍ୟ ବମ୍ପର ରିହାତି ସହିତ ବିକ୍ରି କରାଯିବ। ଏହାକୁ ନେଇ କମ୍ପାନୀ ପୋଷ୍ଟର ମଧ୍ୟ ସେୟାର କରିଛି। ପୋଷ୍ଟର ଅନୁସାରେ, iQOO Z6 Pro 5Gକୁ ଲିଷ୍ଟିଙ୍ଗ୍‌ ପ୍ରାଇଜ୍‌ ୨୭,୯୯୦ ଟଙ୍କା ଜାଗାରେ ମାତ୍ର ୧୭,୯୯୦ ଟଙ୍କାରେ ବିକ୍ରି କରାଯିବ।

POCO X4 5G:

ସେଲ୍‌ ସମୟରେ ଆପଣ POCO X4 5Gକୁ ବି ଶସ୍ତା ଦାମ୍‌ରେ କିଣି ପାରିବେ। Flipkart Big Billion Days Saleରେ POCO X4 5Gକୁ ଭାରୀ ରିହାତି ସହିତ ବିକ୍ରି କରାଯିବ। ଏହାର ଲିଷ୍ଟିଙ୍ଗ୍‌ ପ୍ରାଇଜ୍‌ ରହିଛି ୨୨,୯୯୯ ଟଙ୍କା। ଯେତେବେଳେ କି, ସେଲ୍‌ ସମୟରେ ଆପଣ ଏହାକୁ ମାତ୍ର ୧୩,୯୯୯ ଟଙ୍କାରେ କିଣି ପାରିବେ। ସେହିପରି ଏହି ସେଲ୍‌ରେ Oppo F19 Pro+ 5Gକୁ ମଧ୍ୟ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ସହିତ କିଣି ପାରିବେ। ଏହି ଫୋନ୍‌କୁ ୨୫,୯୯୦ ଟଙ୍କା ଜାଗାରେ ୧୫,୯୯୦ ଟଙ୍କାରେ ବିକ୍ରି କରାଯିବ।

Leave A Reply

Your email address will not be published.