ଆପଲ ଆଣିଲା iOS 16, ବଦଳିଯିବ iPhone ବ୍ୟବହାର କରିବାର ଅନୁଭୂତି

ଆଇଫୋନ୍ ପାଇଁ ଆଇଓଏଓକୁ ଅଣାଯାଇଛି । ଏଥିରେ ଅନେକ ପରିବର୍ତ୍ତନ ଦେଖାଯିବ । ଆଇଫୋନ୍ ୟୁଜର୍ସଙ୍କ ପାଇଁ ଆଇଓଏସ୍‌ ୧୬ରେ ସବୁଠାରୁ ବଡ଼ ପରିବର୍ତ୍ତନ ଲକ୍ ସ୍କ୍ରିନ୍ ଦେଖିବାକୁ ମିଳିବ । ନୂଆ ଅପ୍‌ଡେଟ୍ ସହିତ ହୋମ୍ ସ୍କ୍ରିନ୍‌ରେ ୱାଲପେପର ବଦଳିବା ଠାରୁ ଆରମ୍ଭ କରି ନୋଟିଫିକେଶ ଆରେଜମେଣ୍ଟ ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇଛି ।
ଆଇଓଏସ୍ ୧୬ରେ ଏକ ନୂଆ ପ୍ରକାରର ନୋଟିଫିକେଶନ ଦିଆଯାଇଛି । ଏହାକୁ କଂପାନୀ ଲାଇଭ୍ ଆକ୍ଟିଭିଟିଜ୍ ନାମ ଦେଇଛି । ଏଥିରେ ୱାର୍କଆଉଟ, ଲାଇଭ୍ ଇଭେଣ୍ଟ୍‌, ଉବର ରାଇଡ୍‌ସ ଏବଂ ଅନ୍ୟ ଏକ୍ଟିଭିକ୍ଟିଜ୍ କରାଯାଇପାରିବ । ନୋଟିଫିକେଶନକୁ ଲକ୍ ସ୍କ୍ରିନ୍‌ର ବଟମ୍‌ରେ ରୋଲ କରି ଦିଆଯାଇଛି ।

ଆପଲ ଏବେ ଆଇମେସେଜ୍‌କୁ ଏଡିଟ୍ ଅଥବା ରିକଲ କରିବା ମଧ୍ୟ ସୁବିଧା ଦେବ । ଆପଲ ନିଜର ସେସେଜିଂ ଆପରେ ୩ ବଡ଼ ଫିଚର୍ସକୁ ଯୋଡ଼ିଛି । ଯଦି ମେସେଜ ଏସ୍‌ଏମ୍‌ଏସ୍ ଟ୍ୟାକ୍ସଟ ସ୍ଥାନରେ ଆଇମେସେଜ, ତାହେଲେ ୟୁଜର୍ସ ଏହାକୁ ଏଡିଟ ଅଥବା ରିକଲ କରିପାରିବେ । ଏହା ବ୍ୟତୀତ ସେମାନେ ଟ୍ୟକ୍ସଟକୁ ଶ୍ନୁଜ ମଧ୍ୟ କରିପାରିବେ । ଟିଭି ଶୋ’, ମ୍ୟୁଜିକ ଶୁଣିବା ଫିଟନେସ ସହିତ ରିମୋଟଲୀ ଶେୟାରପ୍ଲେ ଜରିୟାରେ ମଧ୍ୟ ୟୁଜ କରାଯାଇପାରିବ । ମେସେଜରେ ଡିକ୍‌ଟେସନକୁ ମଧ୍ୟ ଅପଡେଟ କରାଯାଇପାରିବ । ଏହାକୁ ଭଏସ ଓ ଟଚ୍ ମଧ୍ୟରେ ସହଜରେ ମୁଭ୍ କରାଯାଇପାରିବ ।

ଏଥିରେ ଲାଇଭ୍ ଟେକ୍ସଟ୍ ମଧ୍ୟ ଅପଡେଟ୍ ହୋଇଛି । ଏହା ବର୍ତ୍ତମାନ ଭିଡିଓରେ ମଧ୍ୟ କାମ କରିବ । ଏହା ସହିତ ଏହାକୁ ପଜ୍ କରି ଭିଡିଓରୁ ଟେକ୍ସଟ୍ କପି କରାଯାଇପାରିବ | ଏଥିରେ ୱାଲେଟ୍ ଅପଡେଟ୍ ହୋଇଛି । ଏଥିରେ ଡିଜିଟାଲ ହୋଟଲ ସେୟାର କରିବାର ଅପସନ ମଧ୍ୟ କମ୍ପାନୀ ପ୍ରଦାନ କରୁଛି।

Contactless ପେମେଣ୍ଟ ସହିତ ବ୍ୟବସାୟୀମାନେ ନିଜେ ଆଇଫୋନରେ ପେମେଣ୍ଟ ଗ୍ରହଣ କରିପାରିବେ । ଆପଲ୍ ପେ ପରେ ନୂଆ ପ୍ରକାରର ପେମେଣ୍ଟ Apple Pay Later ଏବଂ Split the costର ବିକଳ୍ପ ମଧ୍ୟ ଆପଲ୍ ପେରେ ଦିଆଯିବ । ଏଥିସହିତ ଆପଲ୍ ମ୍ୟାପ୍ସରେ ଅପଡେଟ୍ ଦେଖାଯିବ । ଏପରିକି ଫ୍ରାନ୍ସ, ନ୍ୟୁଜିଲ୍ୟାଣ୍ଡ ସମେତ ୧୧ ଟି ଦେଶର ନୂଆ ଡିଜାଇନ୍ ର ମ୍ୟାପ ବି ଦେଖାଯିବ । କ୍ରୀଡା ପ୍ରଶଂସକମାନଙ୍କ ପାଇଁ, ଏହି ଅପଡେଟରେ My Sportsର ଅପସନ ମିଳିବ ।ଏଥିରୁ ଲାଇଭ୍ ସ୍କୋର, ଫିକ୍ଚର୍ସ ଏବଂ ଷ୍ଟାଣ୍ଡିଙ୍ଗ୍ ଦେଖିବାକୁ ମିଳିବ । ଫଟୋଗୁଡିକ ମଧ୍ୟ ଅପଡେଟ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.