Battlegrounds Mobile India ଗେମର ବଢ଼ିଲା ଲୋକପ୍ରିୟତା, ଲଞ୍ଚ ପୂର୍ବରୁ ହେଲା ୨ କୋଟିରୁ ଅଧିକ ପ୍ରି-ରେଜିଷ୍ଟ୍ରେସନ

ପବଜିର ଦେଶୀ ଭର୍ସନ Battlegrounds Mobile Indiaକୁ ବଜାରକୁ ଆସିବା ପୂର୍ବରୁ ମିଳିଛି ବଡ଼ ସଫଳତା । Battlegrounds Mobile Indiaକୁ ପାଖ।ପାଖି ୨ କୋଟିରୁ ଅଧିକ ଲୋକ ପ୍ରି-ରେଜିଷ୍ଟର କରିସାରିଲେଣି । ଏହାକୁ ନେଇ କ୍ରାଫଟନ ପକ୍ଷରୁ ସୂଚନା ମିଳିଛି ।  Battlegrounds Mobile India ଗେମର ଲଞ୍ଚ ଡେଟକୁ ନେଇ କୌଣସି ପ୍ରକାର ସୂଚନା ଏ ପର୍ଯ୍ୟନ୍ତ ଆସିନାହିଁ । ଗେମ ଲଞ୍ଚ ହେବା ପୂର୍ବରୁଏହା ଅନେକ ଲୋକପ୍ରିୟତା ହାସଲ କରିସାରିଛି ।

Battlegrounds Mobile Indiaର ପ୍ରି-ରେଜିଷ୍ଟ୍ରେସନ ୧୮ ମଇରୁ ଆରମ୍ଭ ହୋଇସାରିଥିଲା । ଏହାକୁ ବର୍ତ୍ତମାନ କେବଳ ଆଣ୍ଡ୍ରଏଡ ୟୂଜର୍ସ ପ୍ରି-ରେଜିଷ୍ଟ୍ରର କରିପାରିବେ । ତେବେ ଏହା ଆରମ୍ଭ ହେବାର ୨ ସପ୍ତାହ ମଧ୍ୟରେ ୭.୬ ମିଲିୟନ ସ୍ତରକୁ ପାର କାରିଦେଇଥିଲା । ଏହି ୟୁଜର୍ସଙ୍କୁ Recon ମାସ୍କ, Recon ଆଉଟଫିଟ, Celebration Expert Title ଟାଇଟେଲ  ସହ 300 AG ଗିଫ୍ଟ ଆକାରରେ ଦିଆଯିବ । ଏହାର ପ୍ରଥମ ଟିଜର ମଧ୍ୟ ଲଞ୍ଚ ହୋଇ ସାରିଛି । ଯାହାକି ଠିକ ପବଜି ଗେମ ଭଳି ରହିିଛି ।

Battlegrounds Mobile India ଗେମ କେବଳ ଭାରତରେ ଉପଲବ୍ଧି ହେବ । ସୂଚନା ଅନୁଯାୟୀ ଏହା ଜୁନର ୩ୟ ସପ୍ତାହ ମଧ୍ୟରେ ରିଲିଜ ହେବ । କିନ୍ତୁ ଏହାକୁ ନେଇ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.