ବେଷ୍ଟ ସ୍ମାର୍ଟଫୋନ୍ ଭିତରେ ସାମିଲ ଅଛି ଏହି ଫୋନ୍, ରହିଛି ବେଷ୍ଟ ବ୍ୟାଟେରୀ ସହିତ ବେଷ୍ଟ ଫିଚର୍

ଜଣେ ଗ୍ରାହକ ଯେତେବେଳେ ସ୍ମାର୍ଟଫୋନ୍ କିଣନ୍ତି ସେତେବେଳେ ଏହାର ଫିଚର୍ ସହ କ୍ୱାଲିଟି ପ୍ରତି ମଧ୍ୟ ଧ୍ୟାନ ଦେଇଥାନ୍ତି। ଯଦି ଆପଣ ଫୋନ୍ କିଣିବାକୁ ଇଚ୍ଛା ରଖିଛନ୍ତି ଓ ଭଲ ସ୍ମାର୍ଟ ଫୋନ କିଣିବାକୁ ଯାଉଛନ୍ତି ତେବେ ଆଜି ଆପଣଙ୍କୁ ବେଷ୍ଟ ଫୋନ୍ ବିଷୟରେ କହିବାକୁ ଯାଉଛୁ। ଯାହାର ଭଲ ଫିଚର୍ ସହିତ ରହିଛି ଭଲ ବ୍ୟବହାର। ଯେତେବେଳେ ଆପଣ ଏହି ସ୍ମାର୍ଟଫୋନକୁ ଘରକୁ ଆଣିବେ ଏଥିରେ ସ୍ମାର୍ଟ ଭାବେ କାମ କରି ପାରିବେ।

ଏହି ସେଗମେଣ୍ଟରେ ପ୍ରଥମେ ଆସୁଛି Asus ROG Phone 6D Ultimate। ଆସସ୍ ୧୯ ସେପ୍ଟେମ୍ବରରେ ଏକ ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ଏହି ସମୟ ମଧ୍ୟରେ କମ୍ପାନୀ ଆସସ୍ ROG ଫୋନ୍ 6D ଅଲ୍ଟିମେଟ ଲଞ୍ଚ କରିବ। ଯାହା ବିଷୟରେ ଏହା କମ୍ପାନୀ ନିଶ୍ଚିତ କରିଛି। ଏହି ଫୋନରେ 165 Hz ର 6.68-ଇଞ୍ଚ ଡିସପ୍ଲେ ଅଛି। ଏଥିସହ ଏଥିରେ 50 ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ଏହି ଫୋନ୍ 6000 mAh ବ୍ୟାଟେରୀ ସହିତ ଆସିଥାଏ। ଏହି ଆସସ୍ ଫୋନରେ ମିଡିଆଟେକ୍ ଡାଇମେନସିଟି 9000 ଚିପସେଟ୍ ବ୍ୟବହାର କରାଯାଇଛି, ଯାହା ସ୍ନାପଡ୍ରାଗନ୍ 8 ଜେନ 1 ଚିପସେଟ ସହିତ ସମାନ ସ୍ପିଡ୍ ଦେବାରେ ସକ୍ଷମ ହେବ। ଏହି ଫୋନରେ ଅନେକ ଭଲ ଫିଚର୍ ମଧ୍ୟ ଦେଖାଯିବ। ଏହାକୁ ଗ୍ରାହକ ଅଧିକ ପସନ୍ଦ କରିଥିବାରୁ ଫୋନ୍ ୫ ରେଟିଙ୍ଗ ପାଇଛି। ଏହାର ହାର୍ଡଓୟାର ଖୁବ୍ ଭଲ ରହିଛି। ଏହା ସହିତ Asus ଫୋନ୍ ର ଡିସପ୍ଲେ ଓ ଅଡିଓ କ୍ୱାଲିଟି ମଧ୍ୟ ହାଇ ରହିଛି। ଗେମ୍ ପ୍ଲେ ବିଷୟରେ କହିବାକୁ ଗଲେ ଏହି ଫୋନରେ ହାଇ କ୍ୱାଲିଟି ଗେମିଂ ପ୍ଲେ କରାଯାଇ ପାରିବ ବୋଲି କମ୍ପାନୀ କହିଛି।

ଏହା ପରେ ଆସୁଛି OnePlus 10R Prime Blue Edition। OnePlus ର ଏଡିସନ୍ ଫୋନ୍ ଆସନ୍ତା ସପ୍ତାହରେ ଭାରତରେ ପରିଚିତ ହେବ। ଏହାର ନାମ OnePlus 10R ପ୍ରାଇମ ବ୍ଲୁ ଏଡିସନ୍ ରହିଛି। କମ୍ପାନୀର ଏହି ବ୍ଲୁ ସଂସ୍କରଣ ପୂର୍ବରୁ ଚାଇନାରେ ଉପସ୍ଥିତ ଅଛି ଏବଂ ବର୍ତ୍ତମାନ ଭାରତ ଆସିବ। ଏହାର ସମ୍ଭାବ୍ୟ ମୂଲ୍ୟ ୩୪ ହଜାର ୯୯୯ ଟଙ୍କା ହୋଇପାରେ। ଏହି ମୋବାଇଲ୍ ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସମୟରେ ଭାରତରେ ପରିଚିତ ହୋଇପାରିବ। ତେବେ ଏହି ଫୋନ୍ ର କ୍ୟାମେରା କ୍ୱାଲିଟି ମଧ୍ୟ ଖୁବ୍ ଭଲ ରହିଛି। ଏହାର ବ୍ୟାଟରୀ ଲଙ୍ଗ ଲାଷ୍ଟିଂ।

ଏହା ଛଡ଼ା ୨୦୨୨ ରେ iPhone 13, ସାମସଙ୍ଗ ଗ୍ୟାଲେକ୍ସି, ଗୁଗଲ ପିକ୍ସେଲ, ସାଓମି ରେଡମି ଓ Realme ଫୋନକୁ ମଧ୍ୟ ବେଷ୍ଟ ଫୋନ୍ ତାଲିକାରେ ସାମିଲ କରାଯାଇଛି। ତେବେ ଆପଣ ଏହି ଫୋନ୍ ମଧ୍ୟରୁ ଯେକୌଣସି ଫୋନ୍ କିଣିପାରିବେ।କାରଣ 2022 ରେ ଏହି ସ୍ମାର୍ଟ ଫୋନ ଗୁଡିକୁ ହିଁ ଭଲ ଷ୍ଟାର ମାର୍କ ମିଳିଛି ଓ ଏହାକୁ ଅଧିକ ଗ୍ରାହକ ବ୍ୟବହାର କରିଛନ୍ତି।
ଏହି ସବୁ ଫୋନ ରେ ଭଲ ଫିଚର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.