ମାଗଣାରେ ଘରକୁ ଅର୍ଡର କରନ୍ତୁ ନିଜ ମନ ପସନ୍ଦ VIP Sim Card, ଫୋନରେ ଏପରି କରନ୍ତୁ ସହଜରେ ବୁକିଂ

ଯଦି ଆପଣ ନିଜ ପୁରୁଣା ଫୋନ ନମ୍ବରକୁ ନେଇ ବିରକ୍ତି ବା ବୋର ହୋଇଗଲେଣି, ଏହା ବଦଳରେ ଆପଣ ଏକ ନୂଆ ନମ୍ବର ସେ ବି ୟୁନିିକ ନମ୍ବର ଚାହୁଁଥାନ୍ତି ତେବେ ଆଜି ଆମେ ଏହା ସମ୍ପର୍କରେ ଆପଣଙ୍କୁ କହିବୁ। ଏହାଦ୍ୱାରା ଆପଣ ଜାଣିପାରିବେ ଆପଣ କିପରି ନିଜ ପାଇଁ ଏକ ଭିଆଇପି ନମ୍ବର ବୁକ କରିବେ..

ଯଦି ଆପଣ ସ୍ମାର୍ଟଫୋନ ୟୁଜର ତେବେ ଆପଣଙ୍କୁ ଭିଆଇପି ନମ୍ବର ସମ୍ପର୍କରେ ଜଣାଥିବ। ଯେଉଁମାନେ ଜାଣିନାହାନ୍ତି ସେମାନେ ଆଜି ଜାଣନ୍ତୁ କଣ ଏହି ଭିଆଇପି ନମ୍ବର। ଗାଡ଼ି ର ଭିଆଇପି ନମ୍ବର ଥିଲା ଭଳି ମୋବାଇଲ ସିମ ର ମଧ୍ୟ ଭିଆଇପି ନମ୍ବର ରହିଥାଏ। ପ୍ରକୃତରେ ଏହି ନମ୍ବରକୁ ଭିଆଇପି କାହିଁକି କୁହାଯାଏ ଜାଣିଛନ୍ତି କି? ଏଥିରେ ଗୋଟିଏ ଡିଜିଟ ଅନେକ ଥର ରିପିଟ ହୋଇଥାଏ। ଯେମିତିକି ୯୯୯୯ କିମ୍ବା ୧୧୧୧ କିମ୍ବା ୦୦୦୦। ଯଦି କୌଣସି ନମ୍ବରରେ ଏହି ଡିଜିଟକୁ ବାରମ୍ବାର ଦେଖିଥିବେ ତେବେ ଏହାକୁ ଭିଆଇପି ନମ୍ବର ର ୂପେ କନସିଡର କରାଯିବ।

ଲୋକମାନେ ଏହାର ବ୍ୟବହାର ସାଧାରଣ ଭାବେ ନିଜ ଷ୍ଟାଟସ ସିମ୍ବଲ ରେ କରାଯାଏ। ତେବେ ମାର୍କେଟରେ ଏହାକୁ ନେଇ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥାଏ। କାରଣ ଏମିତିରେ ଏହାର ସଂଖ୍ୟା କମ ଥାଏ। ତେବେ ଆପଣ ଚାହିଁଲେ ଫ୍ରି ରେ ଭିଆଇପି ନମ୍ବର ହାସିଲ କରିପାରିବେ। ଏହାର ଡେଲିଭରୀ ମଧ୍ୟ ଆପଣ ନିଜ ଘରେ କରିପାରିବେ।

ଭୋଡ଼ାଫୋନ ଆଇଡିଆ ନିଜ ଗ୍ରାହକ ଙ୍କୁ ମାଗଣାରେ ଭିଆଇପି ନମ୍ବର ଅଫର କରୁଛନ୍ତି। ଏହା ବଦଳରେ କୌଣସି ଚାର୍ଜ ମଧ୍ୟ ନେଉନାହିଁ। ଏବେ ଜାଣନ୍ତୁ କେଉଁ ପ୍ରୋସେସରେ ଆପଣ ଭିଆଇପି ସିମ କାର୍ଡ ପାଇବେ..

-ଯଦି ଆପଣ ସ୍ପେଶାଲ ନମ୍ବରକୁ କିଣିବା ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ କମ୍ପାନୀ ର େଓ୍ଵବସାଇଟକୁ ଯିବାକୁ ହେବ।
-ଏହାପରେ ଆପଣଙ୍କୁ ମାଗଣାରେ ଫ୍ୟାନ୍ସି ନମ୍ବର ସିଲେକ୍ଟ କରିବା ପାଇଁ ଅପସନ ମିଳିବ।
-ଏହାପରେ ଆପଣ ଏହାକୁ ପୋଷ୍ଟପେଡ କିମ୍ବା ପ୍ରିପେଡ ଅପସନକୁ ସିଲେକ୍ଟ କରିବାକୁ ହେବ।
-ଏହାପରେ ନିଜ ଘର ଠିକଣା, ପିନ କୋଡ, ମୋବାଇଲ ନମ୍ବର ଦେବାକୁ ହେବ।
– ପରେ ଓଟିପି ଏଣ୍ଟର ପରେ ପୁରା ପ୍ରକ୍ରିୟାକୁଶେଷ କରିବାକୁ ହେବ। ଏସବୁ ପରେ ଆପଣ ସିମ କୁ ନିଜ ଘର ଆଡ୍ରେସ ରେ ଅର୍ଡର କରିପାରିବେ।

ଏହାକୁ ଫଲୋ କଲେ ଖୁବ ସହଜରେ ଆପଣ ନିଜ ଭିଆଇପି ସିମ କାର୍ଡକୁ ପାଇପାରିବେ। ଏମିତିରେ ଆପଣ ନିଜ ମନ ପସନ୍ଦର ସିମ କୁ କିଣିପାରିବେ। ଯଦି ଆପଣ ବି ନିଜ ପାଇଁ ଭିିଆଇପି ନମ୍ବର ଚାହୁଁଛ ନ୍ତି ତେବେ ଆମର ଏହି ସହଜ ପ୍ରୋସେସକୁ ଫଲୋ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.