ଫୋନର ଲେଫ୍ଟ ସାଇଡରେ ହିଁ କ୍ୟାମେରା କାହିଁକି ଥାଏ , ଜାଣନ୍ତୁ ଏହାପଛରେ ଥିବା କାରଣ

ଆଜିର ପରିବର୍ତ୍ତନଶୀଳ ଯୁଗରେ ମୋବାଇଲ୍ ଫୋନ୍ ରେ ଅନେକ ଅପଡେଟ୍ ହେଉଛି । ପରସ୍ପର ସହ କଥା ହେବା ପାଇଁ ବ୍ୟବହୃତ ମୋବାଇଲ୍ ଫୋନ ଆଜି ଲୋକଙ୍କ ଜୀବନର ଏକ ଅଂଶ ପାଲଟିଯାଇଛି। ମୋବାଇଲରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଇଥାଏ ।ଏହା ସହିତ ମୋବାଇଲ୍ ମଧ୍ୟ ମନୋରଞ୍ଜନର ଏକ ମାଧ୍ୟମ । ଯଦି ଆପଣଙ୍କର ସ୍ମାର୍ଟଫୋନ୍ ମଧ୍ୟ ଅଛି ତେବେ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଏହାର କ୍ୟାମେରା ଲେଫ୍ଟ ବା ବାମ ପାର୍ଶ୍ୱରେ ରହିଛି। । ଅଧିକାଂଶ ମୋବାଇଲ୍ ଫୋନରେ କ୍ୟାମେରା କେବଳ ବାମ ପାର୍ଶ୍ୱରେ ରହିଥାଏ। । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହା ପଛର କାରଣ କ’ଣ?

ପୂର୍ବରୁ ସ୍ମାର୍ଟ ଫୋନ୍ ମଝିରେ କ୍ୟାମେରା ଦିଆଯାଉଥିଲା, କିନ୍ତୁ ପରେ ଧୀରେ ଧୀରେ ଏହି କ୍ୟାମେରାଗୁଡ଼ିକ ମୋବାଇଲର ଲେଫ୍ଟ ବା ବାମ ପାର୍ଶ୍ୱରେ ରହିବା ଆରମ୍ଭ କଲା । ଏହା ପ୍ରଥମେ ଆଇଫୋନ୍ ଦ୍ୱାରା ଆରମ୍ଭ ହୋଇଥିଲା । ଏହାପରେ ଅଧିକାଂଶ କମ୍ପାନୀ ସାଇଡରେ କ୍ୟାମେରା ଦେବା ଆରମ୍ଭ କଲେ ।

ବାମ ପାର୍ଶ୍ୱରେ କ୍ୟାମେରା ଥିବାର କାରଣ:

କ୍ୟାମେରା ସାଇଡରେ ରହିବାର କାରଣ ମୋବାଇଲର ଡିଜାଇନ୍ ନୁହେଁ, ବରଂ ଅନ୍ୟ କିଛି କାରଣ । ଅଧିକାଂଶ ଲୋକ ବାମ ହାତରେ ମୋବାଇଲ୍ ବ୍ୟବହାର କରନ୍ତି । ଏଭଳି ପରିସ୍ଥିତିରେ ବାମ ପାର୍ଶ୍ୱରେ କ୍ୟାମେରା ସହିତ ଫଟୋ କିମ୍ବା ଭିଡିଓ ସୁଟ୍ କରିବା ସହଜ ହୋଇଥାଏ। । ଏହା ବ୍ୟତୀତ ଯେତେବେଳେ ଆମେ କ୍ୟାମେରା ଲ୍ୟାଣ୍ଡସ୍କେପ୍ କରିଥାଉ ସେତେବେଳେ ମୋବାଇଲର କ୍ୟାମେରା ଉପରକୁ ଆସେ, ଯାହାଫଳରେ ଆମେ ସହଜରେ ଲ୍ୟାଣ୍ଡସ୍କେପ୍ ଫଟୋ ଉଠାଇ ପାରିଥାଉ। ଏହି କାରଣରୁ ମୋବାଇଲର ବାମ ପାର୍ଶ୍ୱରେ କ୍ୟାମେରା ଲଗାଯାଇଛି ।ଏମିତିବି କହି ପାରିବା ଯେ ଫଟୋ ତଥା ଭିଡ଼ିଓର ସୁଟିଂକୁ ଭଲ ରେ କ୍ଲିକ କରିବା ପାଇଁ କମ୍ପାନୀ ଏଭଳି କରିଛି।

ଆପଣ ଦେଖିଥିବେ ଯେ ଯେତେବେଳେ ଆମେ ଫ୍ରଣ୍ଟ କ୍ୟାମେରାରେ ସେଲଫି ନେଉ ସେତେବେଳେ ଫଟୋ ଓଲଟା ଆସିଥାଏ। ମାନେ ଏହାର ପୋଜିସନ ରାଇଟରୁ ଲେଫ୍ଟ ବା ଲେଫ୍ଟ ରୁ ରାଇଟ ହୋଇଯାଏ। ଏମିତିରେ ସେଲଫିରେ ଥିବା ନାମ ମଧ୍ୟ ଓଲଟା ଦେଖାଏ। ଏହାର କାରଣ ଗୋଟିଏ ମାତ୍ର, ଯେ ଅଧିକାଂଶ ଫୋନ ର ସେଲଫି ପଏଣ୍ଟରେ କ୍ୟାମେରା ରେ ମିରର ଇଫେକ୍ଟ ରହିଥାଏ।ତେଣ ଯେବେ ବି ସେଲଫି ନିଆଯାଏ ସେତେବେଳେ କ୍ୟାମେରାରେ ସିଧା ନଜର ଆସିଲେ ବି ଫଟୋ ଓଲଟା ଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.