ଶୀତଦିନ ଆସିବା ପୂର୍ବରୁ ଶସ୍ତା ହେଲା ଗିଜର, ଆଜି ହିଁ ବୁକ୍‌ କରନ୍ତୁ ଏହିସବୁ କମ୍ପାନୀର ଗିଜର

ଶୀତଦିନ ପାଖେଇ ଆସୁଛି। ଶୀତଦିନ ଆସିଲେ ଥଣ୍ଡା ମଧ୍ୟ ବଢେ। ଦୀପାବଳି ପାଖାପାଖି ହେଲେ ଶୀତ ପଡିବା ଆରମ୍ଭ ହୁଏ। ଥଣ୍ଡାଦିନ ଆସିବା ମାତ୍ରେ ଲୋକେ ଫ୍ୟାନ୍‌, ଏସି ଏବଂ କୁଲରକୁ ବାନ୍ଧି ରଖିଦିଅନ୍ତି। ଆଉ ଏହିସବୁ ଇଲେକ୍ଟ୍ରିକ ଜିନିଷକୁ ସର୍ଭିଂସ ଆରମ୍ଭ କରି ରଖିଦିଅନ୍ତି। ଶୀତଦିନରେ କିଛି ଲୋକ ଗାଧୋଇବା ଏବଂ ହାତ ଧୋଇବା ପାଇଁ ଗରମ ପାଣିର ବ୍ୟବହାର ଅଧିକ କରନ୍ତି। ବାରମ୍ବାର ଗରମ ପାଣି ପାଇଁ ବଜାରରେ ମିଳୁଥିବା ରଡ ଏବଂ ଓ୍ଵାଟର ମଗ୍‌ର ବ୍ୟବହାର କରନ୍ତି। କିନ୍ତୁ ଏହିସବୁ ଇଲେକ୍ଟ୍ରିକ ରଡର ବ୍ୟବହାର ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇଥାଏ। କରେଣ୍ଟ ଲାଗିବାର ଭୟ ରହିଥାଏ। ପିଲାମାନଙ୍କ ପାଇଁ ବେଶି ଭୟ ରହିଥାଏ। ଏହିସବୁ ଇଲେକ୍ଟ୍ରିକ ଜିନିଷ ବ୍ୟବହାର କରିବା ଦ୍ୱାରା ବିଜୁଳି ବିଲ୍‌ ମଧ୍ୟ ଅଧିକ ଆସିଥାଏ।

ଯଦି ଆପଣ ଇଲେକ୍ଟ୍ରିକ ରଡ ବ୍ୟବହାର କରୁଛନ୍ତି ଆଜି ନିଜର ଅଭ୍ୟାସ ବଦଳାଇଦିଅନ୍ତୁ। ଏହା ବଦଳରେ ଆପଣ ଘରେ ଗିଜର ଲଗାଇପାରିବେ। ବଜାରରୁ ଏହିସବୁ ଗିଜର କିଣିଲେ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇପାରେ। ତେଣୁ ଆପଣ ଯେକୌଣସି ଅନଲାଇନ ସାଇଟକୁ ଯାଇ ପକେଟ ଫ୍ରେଣ୍ଡଲୀ ଗିଜର କିଣିପାରିବେ। ଏବେ ଫ୍ଲିପକାର୍ଟ ଏବଂ ଆମାଜନରେ ସେଲ୍‌ ଆରମ୍ଭ ହୋଇଯାଇଛି। ଆପଣ ଜବରଦସ୍ତ ଡିସକାଉଣ୍ଟରେ ଗିଜର କିଣିପାରିବେ। ବହୁତ ଶସ୍ତା ଦାମରେ ଗିଜର ଗ୍ରାହକ କିଣିପାରିବେ। ତେବେ କ’ଣ ସବୁ ଶସ୍ତା ଗିଜର ରହିଛି ଜାଣିନିଅନ୍ତୁ :

USHA 3 L Instant Water Geyser : ଉଷା କମ୍ପାନୀର ଏହି ଗିଜର ଲଞ୍ଚିଂ ଦାମ୍‌ ୩,୯୯୯ ଟଙ୍କା। ଫ୍ଲିପକାର୍ଟରେ ଏହାକୁ ୩,୦୮୦ ଟଙ୍କାରେ ଆପଣ କିଣିପାରିବେ। ଆପଣ ଫ୍ଲିପକାର୍ଟରୁ ୫ ହଜାର ଟଙ୍କାର ସପିଂ କରୁଛନ୍ତି ତେବେ ଗିଜର ଉପରେ ୧୦ ପ୍ରତିଶତ ଡିସକାଉଣ୍ଟ ମିଳିବ।

HAVELLS 3 L Instant Water Geyser : ଏହାର ଲଞ୍ଚିଂ ପ୍ରାଇସ୍‌ ୪,୭୯୫ ଟଙ୍କା ରହିଛି। ଫ୍ଲିପକାର୍ଟରେ ୨,୮୯୯ ଟଙ୍କାରେ ମିଳୁଛି। ଗିଜରର ୩୯ % ରିହାତି ମିଳୁଛି। ଏହାସହିତ ଫ୍ଲିପକାର୍ଟରୁ ୫ ହଜାର ଟଙ୍କାର ସପିଂ କଲେ ୧୦ ପ୍ରତିଶତ ରିହାତି ମିଳିବ।

Hindware 3 L Storage Water Geyser : ଏହାର ଦାମ୍‌ ୩,୮୫୦ ଟଙ୍କା ରହିଛି। ଏହାକୁ ଆପଣ ଫ୍ଲିପକାର୍ଟରୁ ୧,୯୯୯ ଟଙ୍କାରେ କିଣିପାରିବେ। ଏହି ଗିଜରରେ ୪୮ % ଅଫ୍‌ ମିଳୁଛି। ୨ ହଜାର ଟଙ୍କାରୁ କମ୍‌ ବଜେଟ ରହିଥିଲେ ଆପଣଙ୍କ ପାଇଁ ଏହା ବଢିଆ ଅପସନ।

sansui
Photo credit: Flipkart

Sansui 5 L Instant Water Geyser : ଏହି ଗିଜରର ଦାମ୍‌ ୫,୯୯୯ ଟଙ୍କା ରହିଛି। ଏହାକୁ ଆପଣ ଫ୍ଲିପକାର୍ଟରୁ ୨,୯୯୯ ଟଙ୍କାରେ କିଣିପାରିବେ। ଗିଜରରେ ୩୦୦ ଟଙ୍କାର ଏକ୍ସଚେଞ୍ଜ ଅଫରରେ ମିଳୁଛି।

Candes 3 L Instant Water Geyser : ଏହାର ଦାମ୍‌ ୪,୧୯୯ ଟଙ୍କା ରହିଛି। ଫ୍ଲିପକାର୍ଟ ରେ ଏହା ୧,୯୬୯ ଟଙ୍କାରେ ମିଳୁଛି।

Also Read : ମାତ୍ର କେଇ ମିନିଟରେ କପଡା କରିବ ଚକଚକ୍‌, Xiaomi ଲଞ୍ଚ କଲା ଶସ୍ତା ଓ୍ଵାଶିଙ୍ଗ ମେସିନ

Leave A Reply

Your email address will not be published.