ଫେସବୁକର ନୂଆ ଫିଚରରେ ଆପଣ ନିଜର ସମସ୍ତ ପୋଷ୍ଟକୁ ଏକ ସାଙ୍ଗରେ କରିପାରିବେ ଡିଲେଟ, ଜାଣନ୍ତୁ ଷ୍ଟେପ

ଫେସବୁକ ଆଗକୁ ନୂଆ Manage Activity ଟୁଲ ଯୋଡିବାକୁ ଯାଉଛି । ଯେଉଁଥିରେ ୟୁଜର୍ସ ଏକ ସାଙ୍ଗରେ ଅନେକ ପୋଷ୍ଟକୁ ଡିଲେଟ କରିପାରିବେ । କମ୍ପାନୀ ତରଫରୁ ଏହି ସୂଚନା ଦିଆଯାଇଛି । କମ୍ପାନୀ ନିଜ ବ୍ଲଗ ପୋଷ୍ଟରେ ଏହି ସୂଚନା ଦେଇଛି । ଏହି ଫିଚର ସର୍ବପ୍ରଥମେ ମୋବାଇଲ ଭର୍ସନ Facebook Lite appରେ କାମ କରିବ । ଏହାପରେ ଡେସ୍କଟପରେ ଉପଲବ୍ଧି ହେବ ।

ଫେସବୁକ ନିଜ ବ୍ଲଗ ପୋଷ୍ଟ ମାଧ୍ୟମରେ ଏବିଷୟରେ ସମସ୍ତ ସୂଚନା ପ୍ରଦାନ କରିଛି । ଏହାଦ୍ୱାରା ଆପଣ ନିଜ ପୁରୁଣା ପୋଷ୍ଟକୁ ଏକା ସାଙ୍ଗରେ ମ୍ୟାନେଜ କରିପାରିବେ । ୟୁଜର୍ସଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ ହେବାକୁ ଯାଉଛି ।

Manage Activity ଟୁଲର ବ୍ୟବହାର ପାଇଁ ପ୍ରଥମେ Activity Log sectionକୁ ଯିବାକୁ ପଡିବ । ଏହାପରେ Manage Activityକୁ ଯାଆନ୍ତୁ। ଏଠାରେ ଆପଣଙ୍କ ସବୁ ପୋଷ୍ଟ ଦେଖାଯିବ । ଏଥିରେ ୨ଟି ବିକଳ୍ପ Archive ଓ Trash ରହିବ । ସବୁକୁ ପୋଷ୍ଟକୁ ଅଲଗା ଅଲଗା ଭାବେ ସିଲେକ୍ଟ କରନ୍ତୁ । ପରେ ଏହି ୨ଟି ବିକଳ୍ପ ମଧ୍ୟରୁ ଗୋଟିଏ ବାଛନ୍ତୁ । ଏପରି ଭାବେ ଆପଣ ଏହାକୁ ବ୍ୟବହାର କରି ଡିଲେଟ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.