ନକଲି ମେସେଜ୍‌-କଲ୍‌ କରୁଥିବା ଲୋକଙ୍କୁ ଆଉ ରକ୍ଷା ନାହିଁ, ଏଥର ଲାଗିବ ୧୦ ହଜାର ଟଙ୍କାର ଜରିମାନା

ନକଲି ମେସେଜ୍‌ ପଠାଇ ୟୁଜର୍ସଙ୍କୁ ଭୂଆଁ ବୁଲାଉଥିବା ଲୋକଙ୍କୁ ଆଉ ରକ୍ଷା ନାହିଁ। DoT ଅର୍ଥାତ୍‌ ଡିପାର୍ଟମେଣ୍ଟ ଅଫ୍‌ ଟେଲିକମ୍ୟୁନିକେସନ୍‌ ଏବେ ନକଲି ତଥା ଫ୍ରଡ୍‌ ମେସେଜ୍‌ କିମ୍ବା କଲ୍‌ କରୁଥିବା ଲୋକଙ୍କ ଉପରେ ପ୍ରତି କଲ୍‌ ପିଛା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଲଗାଇବ। ଏଥିସହ ଏବେ ୟୁଜର୍ସଙ୍କୁ ନକଲି କମର୍ସିଆଲ ମେସେଜ୍‌ ପଠାଇ ଲାଳସା ଦେଖାଉଥିବା ଲୋକଙ୍କ ଟେଲିକମ୍‌ ରିସୋର୍ସେସ୍‌କୁ ସବୁ ଦିନ ପାଇଁ ଡିସ୍‌କନେକ୍ଟ ମଧ୍ୟ କରାଯିବ।

ଫାଇନାନ୍ସିଆଲ ପେନାଲ୍ଟି ମାଧ୍ୟମରେ ମାର୍କେଟିଂ କଲ, ମେସେଜ୍‌ ଓ ମୋବାଇଲ ନେଟ୍‌ଓ୍ଵାର୍କ ମାଧ୍ୟମରେ ହେଉଥିବା ଫ୍ରଡ୍ସରେ ଲଗାମ ଲଗାଇହେବ। ରିପୋର୍ଟ ମୁତାବକ, DoT ୫୦ରୁ ଊର୍ଦ୍ଧ୍ୱ ଉଲ୍ଲଂଘନ ପରେ ଟେଲିମାର୍କେଟିଂ କରୁଥିବା ପ୍ରତି କଲ୍‌ କିମ୍ବା ଏସ୍‌ଏମ୍‌ଏସ୍‌ ପାଇଁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯିବ।

ଏବେ ୦ରୁ ୧୦ ଥର ଉଲ୍ଲଂଘନ କଲେ ପ୍ରତି ମେସେଜ୍‌ କିମ୍ବା କଲ୍‌ ପାଇଁ ୧ ହଜାର ଟଙ୍କା, ୧୦-୫୦ ଥର ଉଲ୍ଲଂଘନ କଲେ ପ୍ରତି କଲ କିମ୍ବା ମେସେଜ୍‌ ପାଇଁ ୫ ହଜାର ଟଙ୍କା ଓ ୫୦ରୁ ଊର୍ଦ୍ଧ୍ୱ ଥର ନିୟମ ଉଲ୍ଲଂଘନ କଲେ ପ୍ରତି ଟେଲିମାକେର୍ଟିଂ କଲ୍‌ ଓ ନକଲି ମେସେଜ୍‌ ପାଇଁ ୧୦ ହଜାର ଟଙ୍କାର ଫାଇନ୍‌ ଆଦାୟ କରାଯିବ।

ନକଲି ଏସ୍‌ଏମ୍‌ଏସ୍‌ ଯୋଗୁ ହେଉଥିବା ଫ୍ରଡ୍‌ ଉପରେ ରୋକ୍‌ ଲଗାଇବା ପାଇଁ ଟେଲିକମ୍‌ ଡିପାର୍ଟମେଣ୍ଟ ତରଫରୁ ଦୁଇଟି ସ୍ପେଶାଲ ଓ୍ଵିଙ୍ଗ୍‌-ଡିଜିଟାଲ ଇଣ୍ଟେଲିଜେନ୍ସ ୟୁନିଟ୍‌ (DIU) ଓ ଟେଲିକମ୍‌ ଆନାଲିଟିକ୍ସ ପ୍ରସ୍ତୁତ କରାଯାଇଛି। ଏହି ଉପାୟରେ ନକଲି ତଥା ଠକେଇ କରୁଥିବା ଲୋକଙ୍କ ଉପରେ ନଜର ରଖି ୟୁଜରଙ୍କୁ ଠକାମୀରୁ ରକ୍ଷା କରିହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.