WhatsAppରେ ଶେଷ ହେବ କି ଫ୍ରି କଲିଙ୍ଗ ସୁବିଧା ! ଜାଣନ୍ତୁ କେଉଁ ପରିବର୍ତ୍ତନର ଆଣିବା ପାଇଁ ସରକାରଙ୍କ ଚାଲିଛି ପ୍ରସ୍ତୁତି

ହ୍ୱାଟ୍ସଆପ୍, ଫେସବୁକ୍ ସମେତ ଏକାଧିକ ଆପ୍ସ ଇଣ୍ଟରନେଟ୍ କଲିଙ୍ଗ ଓ ମ୍ୟାସେଜିଙ୍ଗ ସୁବିଧା ପାଇଁ ବେଶ୍ ଲୋକପ୍ରିୟ । ତେବେ ଏହି ସବୁ ସୋସିଆଲ ଆପମାନଙ୍କ ମଧ୍ୟରେ ହ୍ୱାଟ୍ସଆପର ଚାହିଦା ଅଧିକ ଥିବାବେଳେ ତାର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଛି । କୌଣସି ସପିଙ୍ଗ ଠାରୁ ଆରମ୍ଭ କରି ମନି ଟ୍ରଞ୍ଜାକସନ୍ ପର୍ଯ୍ୟନ୍ତ ସବୁକିଛି ଏହି ହ୍ୱାଟ୍ସଆପ୍ ମାଧ୍ୟମରେ ହୋଇ ପାରୁଛି । ଯାହାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ୍ କମ୍ପାନୀ ଏହି ଆପରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆଣୁଛନ୍ତି । ତେବେ ଏହି ହ୍ୱାଟ୍ସଆପ ଆପକୁ ନେଇ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି । ଯାହା ଜାଣିବା ପରେ ଅନେକ ୟୁଜର୍ସ ଏହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଏଥିପାଇଁ ସରକାର ଆଣିବାକୁ ଯାଉଛନ୍ତି ୨୦୨୨ ଟେଲିକମ୍ ନିୟମ । ଏହି ନିୟମ ଅନୁସାରେ କଲିଙ୍ଗ ଓ ମ୍ୟାସେଜିଙ୍ଗ ସେବା ଦେଉଥିବା ଆପ୍ ଗୁଡିକ ପାଇଁ ଲାଇସେନ୍ସ ବାଧ୍ୟତାମୂଳକ ହୋଇପାରେ । ଏଥିପାଇଁ ଦୂରସଞ୍ଚାର ବିଲ୍ -୨୦୨୨ ଆଧାରରେ ଓଟିଟିକୁ ଦୂରସଞ୍ଚାର ସେବାର ଅଂଶ ଭାବେ ସାମିଲ କରାଯିବାର ସୂଚନା ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ହ୍ୱାଟ୍ସଆପ ବ୍ୟବହାର କରିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିପାରେ । ଯାହାକି ନୂଆ ଟେଲିକମ୍ ବିଲର ଡ୍ରାଫ୍ଟ ପରେ ଅନୁମାନ କରାଯାଉଛି । ତେବେ ସରକାର ଭାରତୀୟ ଟେଲିକମ୍ୟୁନିକେସନ ବିଲ୍ ୨୦୦୨ ର ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଯାହାକି ଦୂରସଂଚାର ବିଭାଗର ୱେବସାଇଟରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଛି । ଏଥିସହିତ ବିଭାଗ ବିଲ୍ ଉପରେ ଶିଳ୍ପସଂସ୍ଥାର ପରମାର୍ଶ ମଧ୍ୟ ମାଗିଛି । ତେବେ ଯଦି ଏହି ବିଲ ପାସ ହୋଇଯାଏ ତେବେ ଦୂରସଞ୍ଚାର ବିଭାଗ ଏହି ବିଲ ଅନୁଯାୟୀ କାର୍ଯ୍ୟ କରିବ । ଭାରତୀୟ ଟେଲିକମ୍ୟୁନିକେସନ ବିଲ୍ ୨୦୨୨ ରେ କିଛି ନୂତନ ଜିନିଷ ସାମିଲ କରାଯାଇଛି ।

ଇଣ୍ଡିଆନ୍ ଟେଲିକମ୍ୟୁନିକେସନ୍ ବିଲ୍ -୨୦୨୨ର ଡ୍ରାଫ୍ଟରେ ଏକାଧିକ ପରିବର୍ତ୍ତନ କରାଯାଇଛି । ଏହି ଡ୍ରାଫ୍ଟ ମୁତାବକ, ହ୍ୱାଟ୍ସଆପ୍, ସ୍କାଏପି, ଜୁମ୍, ଟେଲିଗ୍ରାମ୍ ଓ ଗୁଗୁଲ ଡିଓ ପରି କଲିଙ୍ଗ ଓ ମ୍ୟାସେଜିଙ୍ଗ ସର୍ଭିସ୍ ଆପ୍ସକୁ ଆଗକୁ ଲାଇସେନ୍ସ ନେବାକୁ ପଡିବ । ଭାରତରେ ଏସବୁ ସେବା ଜାରି ରଖିବାକୁ ହେଲେ ଟେଲିକମ୍ କମ୍ପାନୀ ଗୁଡିକ ପରି ଲାଇସେନ୍ସ ଜରୁରୀ । ଯଦି ଏପରି ହୁଏ ତେବେ ଏହାର ସିଧା ପ୍ରଭାବ ଗ୍ରାହକଙ୍କ ଉପରେ ହିଁ ପଡିବ । ଯଦି ଏହି ଆପ୍ସ ଗୁଡିକ ଲାଇସେନ୍ସ ନିଅନ୍ତି ତାହେଲେ ଗାହକଙ୍କୁ ଏଥିପାଇଁ ଭରଣା କରିବାକୁ ପଡିବ । ରିଚାର୍ଜ କରିବା ସହ ଏହି ଆପ୍ ଗୁଡିକ ବ୍ୟବହାର କରିବାକୁ ଅଧିକ ଅର୍ଥ ଦେବାକୁ ପଡିବ । ଅବଶ୍ୟ ଆପ୍ ଗୁଡିକୁ ଲାଇସେନ୍ସ କିପରି ମିଳିବ ଏଥିପାଇଁ କେତେ ଅର୍ଥ ଖର୍ଚ୍ଚ କରିବାକୁ ପଡିବ ସେନେଇ ଏଯାଏଁ କୌଣସି ସୂଚନା ଦିଆଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.